STORYMIRROR

ତାରାପ୍ରସାଦ ଜେନା

Abstract

2  

ତାରାପ୍ରସାଦ ଜେନା

Abstract

ଲୁଲୁଆ ହୋଇଲା ଘାଟିଆ କବି

ଲୁଲୁଆ ହୋଇଲା ଘାଟିଆ କବି

1 min
351

ଲୁଲୁଆ ହୋଇଲା ଘାଟିଆ କବି

ଲେଖା ମାଡୁନାହିଁ ଆସୁନି ଭାବି


ପେଟ ବିକଳିଆ ବନନ୍ତି ଯୋଗୀ

ମାଗଣା ନାଆଁକୁ ପହଞ୍ଚ ଭୋଗୀ


କୁକୁର ପରିକା ଶୁଙ୍ଘନ୍ତି କୁତୀ

ଦୂରଭାଷ ଚାଟ ରାତିରେ ମାତି


ଉଛୁଳେ ସହଜେ ନିଲଠା ହସ

ଶୀଳ ଭୁଲି ଭାଷା ଚାଲଇ ରାସ


ଆଗ ପାଖ କେବେ ସମ୍ଭାଳ ନୁହେଁ

ସାହିତ୍ୟ ନାଆଁରେ ନିବିଡ଼ ଚାହେଁ


ଫଟା ରସିକର ସଂସ୍କୃତ କ୍ରାନ୍ତି

ଓଡ଼ିଆ ଵିରୁଦ୍ଧେ ଦଳୀୟ ଶାନ୍ତି


ନିର୍ଲଜ ଲୋକଙ୍କ ଅନେକ ଛନ୍ଦ

ବାମନ ହୋଇକି ଧରିବେ ଚାନ୍ଦ


ସାଧନା ନଥାଇ ଭାବନ୍ତି ସିଦ୍ଧି

ସାହିତ୍ୟ ମାଫିଆ ଏମିତି ବୁଦ୍ଧି


ସାହିତ୍ୟ ଆସରେ ଦଳକୁ ଯୋଡ଼ି

ମାନ କିଣା ବିକା ଦେଖାନ୍ତି ଛଡ଼ି


ଟଙ୍କାର ଭାଉରେ ଚାଲିଛି ସବୁ

ଲେଖାକୁ ନଥାଇ ସାହିତ୍ୟ ବାବୁ


ଜାଗ୍ରତ ଓଡ଼ିଆ ଦେଖୁଥା ଖଣ୍ଟ

ସାତବେଣ୍ଟି କରି ତାହାକୁ ଘାଣ୍ଟ


ସାହିତ୍ୟ ଶୁଣିଲେ ହୋଇବ ଜ୍ବର

କମ୍ବଳ ଘୋଡ଼େଇ ଶୋଇବ ଘର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract