ଲୁଲୁଆ ହୋଇଲା ଘାଟିଆ କବି
ଲୁଲୁଆ ହୋଇଲା ଘାଟିଆ କବି
ଲୁଲୁଆ ହୋଇଲା ଘାଟିଆ କବି
ଲେଖା ମାଡୁନାହିଁ ଆସୁନି ଭାବି
ପେଟ ବିକଳିଆ ବନନ୍ତି ଯୋଗୀ
ମାଗଣା ନାଆଁକୁ ପହଞ୍ଚ ଭୋଗୀ
କୁକୁର ପରିକା ଶୁଙ୍ଘନ୍ତି କୁତୀ
ଦୂରଭାଷ ଚାଟ ରାତିରେ ମାତି
ଉଛୁଳେ ସହଜେ ନିଲଠା ହସ
ଶୀଳ ଭୁଲି ଭାଷା ଚାଲଇ ରାସ
ଆଗ ପାଖ କେବେ ସମ୍ଭାଳ ନୁହେଁ
ସାହିତ୍ୟ ନାଆଁରେ ନିବିଡ଼ ଚାହେଁ
ଫଟା ରସିକର ସଂସ୍କୃତ କ୍ରାନ୍ତି
ଓଡ଼ିଆ ଵିରୁଦ୍ଧେ ଦଳୀୟ ଶାନ୍ତି
ନିର୍ଲଜ ଲୋକଙ୍କ ଅନେକ ଛନ୍ଦ
ବାମନ ହୋଇକି ଧରିବେ ଚାନ୍ଦ
ସାଧନା ନଥାଇ ଭାବନ୍ତି ସିଦ୍ଧି
ସାହିତ୍ୟ ମାଫିଆ ଏମିତି ବୁଦ୍ଧି
ସାହିତ୍ୟ ଆସରେ ଦଳକୁ ଯୋଡ଼ି
ମାନ କିଣା ବିକା ଦେଖାନ୍ତି ଛଡ଼ି
ଟଙ୍କାର ଭାଉରେ ଚାଲିଛି ସବୁ
ଲେଖାକୁ ନଥାଇ ସାହିତ୍ୟ ବାବୁ
ଜାଗ୍ରତ ଓଡ଼ିଆ ଦେଖୁଥା ଖଣ୍ଟ
ସାତବେଣ୍ଟି କରି ତାହାକୁ ଘାଣ୍ଟ
ସାହିତ୍ୟ ଶୁଣିଲେ ହୋଇବ ଜ୍ବର
କମ୍ବଳ ଘୋଡ଼େଇ ଶୋଇବ ଘର
