ଲୁହର ଶ୍ରାବଣୀମୁଁ ଯେ ଲୁହର ଶ୍ରାବ
ଲୁହର ଶ୍ରାବଣୀମୁଁ ଯେ ଲୁହର ଶ୍ରାବ
ଲୁହର ଶ୍ରାବଣୀ
ମୁଁ ଯେ ଲୁହର ଶ୍ରାବଣୀ
ଅଭିମାନୀ ଯାଉଛି ଝରି
ନିର୍ଝଣୀ ଉନ୍ମାଦିନୀ ପରି
ଅସରନ୍ତି ଅବିଶ୍ରାନ୍ତ ମନ
ନେଇ ଉତ୍ତାଳ ତରଙ୍ଗେ
ହୋଇଯିବି ଲୀନ ଦେଖିନିଏ
ପ୍ରିୟବର ମନ ଭରି
ଚାହିଁ ଦିଅ ଥରେ ମୋତେ
ମୁଁ ପ୍ରେମ ପାଗଳିନୀ
ତୁମରି ଆସିବା ବାଟକୁ
ରହିଛି ଚାହିଁ
ଏ ତ ମୋ ମନର ଶେଷ
ଇଚ୍ଛା କର ନାହିଁ ପ୍ରିୟ
ଆଊ ଡେରି
ଝରିଯିବି କାଳେ ବୃନ୍ତଚ୍ୟୁତା
ଶେଫାଳି ପରି
ରହିଯିବ ମନେ ମୋର
ତୁମ ପ୍ରେମ ବାସ୍ନାର ମହକ
ଲୁହର ଶ୍ରାବଣୀ ସାଜି
କରୁଛି ମିନତି ଏତ ମୋ
ଜୀବନର ଶେଷ ଅଳି
ଶ୍ରାବଣର ବନ୍ୟା ପରି
ଆସ ସନ୍ତକ ନ ଯାଉ ବୋହି
