STORYMIRROR

Panchanan Jena

Romance Tragedy

4  

Panchanan Jena

Romance Tragedy

ଲୁହର ନଅର

ଲୁହର ନଅର

1 min
274


ଲୁହ ତୋ ଆଖିରେ

ଜକେଇ ଆସିଲେ

ହସୁଆ ମୁଁହଟା

କାନ୍ଦୁରା ଲାଗିଲେ 

ମୋତେ ଟିକେ କଷ୍ଟ ହୁଏ 

ଭାବିଲ କି 

ମିଛ ! ଏକଦମ୍ ମିଥ୍ୟା

ଛାଡିଟା ମୋ କରତି ଯାଏ

ଛାତି ମଞଟା ଦୋହଲି ଯାଏ ।


ଆଖିରେ ଆଖିରେ

ମିଶିଗଲା ପରେ

ଚାରି ଚକ୍ଷୁର ତୀରେ

ବିଷର୍ଣ୍ଣ ବଦନ ଧାରେ

ମୋତେ ଅଳ୍ପ ଟିକେ କଷ୍ଟ ହୁଏ 

ଭାବିଲ କି

ମିଛ ! ମସ୍ତବଡ଼ ମିଥ୍ୟା

ହୃଦୟ ମୋ ଟାଙ୍କୁରି ଉଠେ

ଆତ୍ମା ମୋ ବିଳପି ରୁଠେ ।


ଅମାନିଆ ଲୁହ 

ବହି ନିଏ କିଛି କୋହ

ଭୃଲତା ଏରୁଣ୍ଡି 

ନ ମାନେ ଉଦଣ୍ଡି

ଝରିପଡ଼େ ଟପ୍ ଟପ୍

ମୋତେ ସ୍ଵଳ୍ପ କଷ୍ଟ ହୁଏ

ଭାବିଲ କି

ମିଛ ! ମଧୁରତମ ମିଥ୍ୟା

ସମତାଳରେ ମୋ ଆଖି ବି ଜକେଇ ଯାଏ

ସମରାଣରେ ଭାବପ୍ରବଣତା ମିଶୁଥାଏ ।


ଲୁହ ଟୋପା ଝରି ଝରି

ଗୋରା ମୁହେଁ ଯାଏ ଚରି

ଉତ୍ତପ୍ତ ସୁବର୍ଣ୍ଣ ଯେସନ

ବୁଡି ପାଣି ପାତ୍ର ମଗ୍ନ

ଚଂପା ଗୋରୀ ନାକ କାନ୍ଦୁରୀ

ଲୁହ ଆଉଟା ରଂଗରେ 

ପ୍ରୀତି ମାର୍ଜଣା ଭଙ୍ଗରେ 

କିଣି ନେଲ ଛାର ପ୍ରେମ ନାଉରୀ

ମୋତେ ବହୁତ କଷ୍ଟ ହୁଏ

ଭାବିଲ କି

ମିଛ ! ପ୍ରଳୟଙ୍କରୀ ମିଥ୍ୟା

ଛାତି ତଳେ ତୋଳି ନିଏ ନୂଆ ନଅର

ଲୁହ ସିନ୍ଚା ଶାନ୍ତ୍ର ସ୍ନିଗ୍ଧ ଶୀତଳ ସମୀର ।


ଲୁହର ସହରେ ଭିଜୁଥାଏ ମୋ ମନ ମଇନା

ତା' ଲୁହ ଭିଜା ଚିବ୍ଳକରେ ଝଲସେ ହୃଦ ଆଇନା ।


Rate this content
Log in

Similar oriya poem from Romance