ଲୁହ
ଲୁହ
ଲୁହ ଢାଳେ ଜାଇଫୁଲ
ପଲ୍ଲୀ ରାଇଜରେ
ସ୍ବପ୍ନ ପରେ ସ୍ବପ୍ନ ଦେଖେ
କବାଟ ସନ୍ଧିରେ।।।
ରାତି ରାତି ବିତି ଯାଏ
ସ୍ବପ୍ନ ସରେ ନାହିଁ
ଯାମିନୀ କୋଳରେ ହଜେ
ଲୁହ ସେ ବୁହାଇ।।।
ଅଦିନ ମଳୟ ଦିନେ
କାହୁଁ ଆସିଗଲା
ସହରକୁ ଯିବ ଜାଇ
ତା କାନ ଶୁଣିଲା।।।।
ବସନ୍ତ ମଳୟେ ଜାଇ
ବହି ଯାଉଥିଲା
ସହରକୁ ଯିବ ଜାଇ
ସବାରୀ ଗଡିଲା।।।
ପ୍ରାଚୀ ନଭ କୋଳେ ଆଜି
ସିନ୍ଦୂରା ଫାଟିଲା
ସହର ଛାତ ଉପରେ
ଜାଇ ଫୁଟି ଗଲା।।।
ନୂଆ ନୂଆ ଜାଇ ଫୁଲ
ଭାରି ବାସୁ ଥିଲା
ଦିନ କେତେ ଟାରେ ଜାଇ
ବାସ କମିଗଲା।।।
ସଂଜ ଯାଇ ଅଧା ରାତି
ବାଜିଲା ମୁଣ୍ଡରେ
ତଥାପି ଫେରିନି ସେଇ
ଦାଦନିଆ ଘରେ ।।।
ନାକ ଯାଏଁ ଟେକି ଦେଲା
ଦେଶୀ ନାଲି ପାଣି
ନିଶାର୍ଦ୍ଧରେ ଘରକୁ ସେ
ଫେରୁଥିଲା ପୁଣି।।
ମାଡ ପିଟ ଧସ୍ତା ଧସ୍ତି
ଆରମ୍ଭ ହୋଇଲା
ସହରକୁ ଯିବା ସ୍ବପ୍ନ
ଜାଇର ଭାଙ୍ଗିଲା।।
ଲୁହ ପରେ ଲୁହ ବନ୍ୟା
ଆଖିରୁ ଝରିଲା
ଦାଦନିଆ ସ୍ବାମୀ ତାର
ଅବାଟରେ ଗଲା।।।
