STORYMIRROR

rasmi maye pati

Inspirational

3  

rasmi maye pati

Inspirational

ଲୁହ

ଲୁହ

1 min
195


ଲୁହ ଢାଳେ ଜାଇଫୁଲ 

  ପଲ୍ଲୀ ରାଇଜରେ

ସ୍ବପ୍ନ ପରେ ସ୍ବପ୍ନ ଦେଖେ 

  କବାଟ ସନ୍ଧିରେ।।।

ରାତି ରାତି ବିତି ଯାଏ 

  ସ୍ବପ୍ନ ସରେ ନାହିଁ

ଯାମିନୀ କୋଳରେ ହଜେ

  ଲୁହ ସେ ବୁହାଇ।।।

ଅଦିନ ମଳୟ ଦିନେ 

  କାହୁଁ ଆସିଗଲା

ସହରକୁ ଯିବ ଜାଇ 

  ତା କାନ ଶୁଣିଲା।।।।

ବସନ୍ତ ମଳୟେ ଜାଇ 

 ବହି ଯାଉଥିଲା

ସହରକୁ ଯିବ ଜାଇ 

  ସବାରୀ ଗଡିଲା।।।

ପ୍ରାଚୀ ନଭ କୋଳେ ଆଜି

  ସିନ୍ଦୂରା ଫାଟିଲା

ସହର ଛାତ ଉପରେ

  ଜାଇ ଫୁଟି ଗଲା।।।

ନୂଆ ନୂଆ ଜାଇ ଫୁଲ

  ଭାରି ବାସୁ ଥିଲା

ଦିନ କେତେ ଟାରେ ଜାଇ

  ବାସ କମିଗଲା।।।

ସଂଜ ଯାଇ ଅଧା ରାତି 

  ବାଜିଲା ମୁଣ୍ଡରେ

ତଥାପି ଫେରିନି ସେଇ 

ଦାଦନିଆ ଘରେ ।।।

ନାକ ଯାଏଁ ଟେକି ଦେଲା 

  ଦେଶୀ ନାଲି ପାଣି

ନିଶାର୍ଦ୍ଧରେ ଘରକୁ ସେ

  ଫେରୁଥିଲା ପୁଣି।।

ମାଡ ପିଟ ଧସ୍ତା ଧସ୍ତି 

  ଆରମ୍ଭ ହୋଇଲା

ସହରକୁ ଯିବା ସ୍ବପ୍ନ 

 ଜାଇର ଭାଙ୍ଗିଲା।।

ଲୁହ ପରେ ଲୁହ ବନ୍ୟା 

  ଆଖିରୁ ଝରିଲା

ଦାଦନିଆ ସ୍ବାମୀ ତାର

  ଅବାଟରେ ଗଲା।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational