Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Tragedy

5.0  

Alhadini Panigrahi dash

Tragedy

ଲୁହ

ଲୁହ

1 min
282


ତୁମ ନୟନ କୋଣରୁ ଝରାଇଛ କେବେ

ଲୁହ 'ଦୁଇ ବୁନ୍ଦା

ବସି ବସି ଏକାନ୍ତ ସ୍ଥାନରେ?


ଅନୁଭବ କରିଛ କି ତୁମେ

ହ୍ରୁଦୟର ଅସହ୍ୟ ଯନ୍ତ୍ରଣା

ମୋରି ସ୍ମୃତି ରେ?


ଉପଲବ୍ଧି କରିଛ କି କେବେ

ମୋର ଉପସ୍ଥିତି;

ତୁମ ଅନ୍ତର୍ମନେ

ଶୁଣି କି ପାରିଛ କେବେ

ମୋର ବିରହ ସଙ୍ଗୀତ ?


ନିଶବ୍ଦ ଶାନ୍ତ ରଜନୀରେ

କେବେ ଚାହିଁଛ କି

ଦେଖିବ ଗୋ ମୋର ପ୍ରତିଛବି

ତୁମର ସେ ନିଦଭିଜା

ମୁଦା ଆଖି ତଳେ ?


Rate this content
Log in