STORYMIRROR

Sunanda Mohanty

Abstract Tragedy

4  

Sunanda Mohanty

Abstract Tragedy

ଲୁହ

ଲୁହ

1 min
330


ଲୁହ ଖୁସିର କି ଦୁଃଖର ମାପି ପାରିଲେ ହେଲା

ଲୁହର ଦରଦ କି ଓଜନ ସହି ପାରିଲେ ହେଲା

ଲୁହ କଲବଲ ହୁଳସ୍ତୁଲ ଜଣା ପଡିଲା

ଲୁହ ସମୁଦ୍ରର ବୁନ୍ଦା ଏକ ବୁଝିଲେ ଗଲା

ଲୁହ ପାଇଁ ଆଖିକୁ ଭିଜିବା ଥିଲା

ଲୁହ ଯେବେ ନଈ ହେଲା କିଏ ଦେଖିଲା

ଲୁହ ଶ୍ରାବଣ ହୋଇ ବରଷି ଗଲା

ଲୁହ ଫଗୁଣ ହୋଇ ଫୁଲ ଫୁଟିଲା

ଲୁହ ଓଦା କରିଦେଇ ଜୀବନ ଗଲା

ଲୁହ ମାନେ ନାହିଁ ବାଡ଼ ବତା ଜଣା ନଥିଲା

ଲୁହ ଆଣେ ଖୁସି କେବେ ଭିତରେ କାନ୍ଦି

ଲୁହ ନାମେ ରକ୍ତ ବୁହେ ବନ୍ଦୀ ଜୀବନେ ବିନ୍ଦି

ଲୁହକୁ ଛୁଇଁଲେ କେବେ ଲାଗେ ଗରମ

ଲୁହ ଭେଦି ମାଟିପରେ କରେ ନରମ

ଲୁହ ବୁନ୍ଦେ ଧୋଇ ପାରେ କାହା ହୃଦୟ

ଲୁହ ଟୋପେ ଗଢ଼ି ଦେଇପାରେ ଭଗ୍ନ ମନ୍ଦିର

ଲୁହ ଲହୁ ଏକାକାର ଜୀବନେ ଯଦି

ଲୁହ ପିଇବାକୁ ଓଠକୁ କାହିଁକି ବନ୍ଦୀ 

ଲୁହ ଜୀବନେ ଆଣେ ମଧୁର ସମ୍ପର୍କ ଯଦି

ଲୁହ ଗଡି ଧୋଇଦେଉ ବାଦ ବିବାଦୀ ।।


Rate this content
Log in

Similar oriya poem from Abstract