STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ଫଗୁଣ

ଫଗୁଣ

1 min
12


ଫାଲ୍ଗୁନୀ ସୁବର୍ଣ୍ଣ ଫଗୁଣ 
ରଙ୍ଗ ର ପକାଇ ରାଣ 
ମନ ମୁନ ଚୈତନ୍ୟ
ଫେରାଇ ଦିଏ ପ୍ରାଣ
ପତ୍ର ହୁଏ ଝରା
ଶୀତ ଯାଇ କଅଁଳ ଖରା
ଥୁଣ୍ଟା ଗଛ ନବପଲ୍ଲବେ ତୋରା
ନବପଲ୍ଲଵ ଓ ମୃଦୁ ମଳୟ
ଦିଏ ନୂଆ ଛୁଆଁ
ନେଳି ପତ୍ର କରେ କୁଆଁ କୁଆଁ
ଆମ୍ଭ ବଉଳାଇ ଫଗୁଣ ମାସେ
ଦିଗ ଚହଟାଇ ତାର ସୁବସେ
କେତକୀ ବକୁଳ ଅଶୋକ ସଙ୍ଗେ
ପଳାଶ ଫୁଲର ନାଲିଆ ରଙ୍ଗେ
ସ୍ୱାଗତ କରେ ଫଗୁଣକୁ ଧରା
ମଳୟ ପବନ ଦକ୍ଷିଣୁ ବାଆ 
କୋଇଲିର କୁହୁ ପ୍ରଜାପତି ଶୋଷ ମହୁ 
ଭଅଁର ଗାଉଛି ଉଡ଼ିବୁଲିକା 
ଶୀତ ଛାଡ଼ି ମନ ହାଲକା 
ମନ ହୁଏ ଜୀବନ ମନସ୍କ 
ଭାବ ଭାବନାରେ ମଣିଷ ହସ 
କବିତା ଲେଖିବାକୁ କବି ର କଷ 
ଜଗନ୍ନାଥ ଙ୍କ ବାର ମାସେ ତେର ଯାତ୍ରା 
ଫଗୁଣ ନେଇ ଆସିଛି ରଙ୍ଗର ପସରା 
ଦୋଳ ରେ ବୁଲିବେ ଗୋବିନ୍ଦ 
ଭକ୍ତ ମନେ ଭାବ ମକରନ୍ଦ


Rate this content
Log in

Similar oriya poem from Inspirational