STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

କବିର କବିତା 

କବିର କବିତା 

1 min
1


କବିତା ଗୋଟେ ଚିତ୍ରଗୀତି 
ଦୃଶ୍ୟରେ ଭରପୁର ପ୍ରକୃତି 
କବିତା ଗୋଟେ ଚିତ୍ରହାର 
ନଈ ସେପାରି କନକଗୋରୀର 
ଯିଏ ନଈ ହୋଇ ଯାଏ ବହି 
କୁଳୁ କୁଳୁ ଗୀତ ଗାଇ 
କେବେ ପୁଣି ପକ୍ଷୀ ହୋଇ 
ଆକାଶରେ ଉଡ଼ୁଥାଇ ଡେଣାମେଲାଇ 
ଛୁଇଁ ଯାଏ ପାହାଡ଼ ପୋଖରୀ ନଈ 
ଭୋକ ପାଇଁ ଭିକ କେବେ ମାଗିନାହିଁ 
ଗୋଟେ ରାଣୀ ପରି ଠାଣି 
ମୁକ୍ତି କାମନା କରି ବାଣ୍ଟି ଶିକ୍ଷା ସାରଣୀ
 ସେ କେବେ ଶୁଆ କେବେ ଶାରୀ 
ଗଢେ ନୀଡ଼ ଉଡ଼େ ପାହାଡ଼ ସେପାରି 
ତା ଆଖିରେ ପଡୁଥିବା ଦୃଶ୍ୟରାଜି 
କବି ମନତଳେ ଆଜି 
ଫିଟି ଶବ୍ଦ ରାଜି କବିତା ଲେଖେ କାଜି 
ସତରେ କେତେ ଚିତ୍ର ଓ ଚୈତ୍ର ସୁଷମା 
ଦେଖି ଶିଖି ପଢି ଲେଖି ଯିବ ଆତ୍ମା 
ଛୁଇଁ କିନ୍ତୁ ପାରେନାହିଁ ଜମା 
ଲେଖିଲେ କବିତା ଦରକାର ନାହିଁ କମା 
ଶବ୍ଦ ଗନ୍ତାଘର ଧରିତ୍ରୀ ରାଣୀ ମୋହର 
ଫୁଟାଇ ଚିତ୍ର ଓ ଚୈତ୍ର ସମ୍ଭାର 
କବିକୁ କରେ ଅଧୀର 
ମୁଠେ ମାଟି ଦେଲାପରି ଛାଟି କାନ୍ଥେ 
କବି ଲେଖେ ମନ କାନ୍ଥେ ଶବ୍ଦ ଗୁନ୍ଥେ 
ସେସବୁ ଦେଇଛି ମାଆ ମାଟି ରାଣୀ 
ବଖାଣି ଉଜାଣି ଗଉଣୀ 
କବି ନିଶ୍ଚେ ରାଣୀ ପାଖେ ୠଣୀ
ପ୍ରକୃତି ରାଣୀ ଦେଇଛି ଶବ୍ଦ ଗଉଣୀ
ମାପିବାକୁ ଲୋଡ଼ା କବିଟିଏ 
ଯିଏ ପାରେ ରଫଖାତା ଚିରି 
ହୃଦୟରେ ମନ କଲମରେ ଉତ୍ତାରି


Rate this content
Log in

Similar oriya poem from Abstract