STORYMIRROR

Sunanda Mohanty

Romance Classics Thriller

4  

Sunanda Mohanty

Romance Classics Thriller

ଫଗୁଣ ଭେଟି 

ଫଗୁଣ ଭେଟି 

1 min
1


ସେଦିନ ସେ ଅସହଜ ସଞ୍ଜ କୁଞ୍ଜ 
ଫଗୁଣ ଆସିଥିଲା ନେଇ ନବପଲ୍ଲଵ 
ରଙ୍ଗ ଓ ଫଗୁ ମିଶ୍ରଣ ରେ ରୋମାଞ୍ଚିତ 
ତନୁ ମନ ହୃଦୟ ଅଙ୍ଗ ଅବୟବ 
ରାଧା ଆଉ ପିନ୍ଧୁନଥିବା ଅଳତା ଫିକା 
ଏଥର ତ ରାଗ ରୁଷା ଲାଲିମା ଦିଶିବ 
ଦୋଳ ରେ ଦୋଳଗୋବିନ୍ଦ ଝୁଲିବା ହେବ 
ଫଗୁଣ ତୁ ହୁଅନା ଅବିଗୁଣ ତତେ ରାଣ 
ମହରଗ ଯୁଗେ ଟିକେ ଦେ ଆନନ୍ଦ 
ସକାଳ ନହେଉ କାନ୍ଦ କାନ୍ଦ ସଞ୍ଜ ସ୍ୱଚ୍ଛନ୍ଦ 
କରପଲ୍ଲବେ ନବପଲ୍ଲଵ ଆଣି ଫଗୁଣ ବିଭବ 
ରଙ୍ଗ ଛାଟି ଫଗୁ ଭାଟି ଦେ ଭେଟି ଦୂର ଅଭାବ 
ବିଶ୍ୱ ଲାଗୁ ନିରାମୟ ପଳାଶ ଫୁଲ ରଙ୍ଗ 
ନଈରେ ନାଉରୀ ମଙ୍ଗ ଧରି ଆସୁ ଫେରି 
ନେଇ ବିଭବ ବୈଭବ ଚାଲିଯାଉ ଅଭାବ 
ଏତିକି ଗୁହାରି ହରି ମନୋବାଞ୍ଛା ପୂର୍ଣ୍ଣ କରିବ
ଋତୁ ପରେ ଋତୁ ସ୍ବର୍ଣ୍ଣମାସ ରଙ୍ଗଋତୁ ବିତୁ 
ପୂର୍ଣ୍ଣକୁମ୍ଭରୁ ଗଳୁ ମକରନ୍ଦ 
ଆନନ୍ଦ ହିଁ ଆନନ୍ଦ ନିରାନନ୍ଦ 
ବିଭାବରୀ ଉଠୁ ପୁରି ଜୀବନ ତରୀ ଭରି 
ଫଗୁଣ ଯାଆନା ଫେରି ପାଦପ ବିଭବ 
କେବେ ଉତ୍ତରାୟଣ କେବେ ଦକ୍ଷିଣାୟନରେ 
ପ୍ରକୃତି ଶୋଭାବନ୍ତ ସୁନ୍ଦର ଅତୀବ 
ସାତସୁରେ ସଂଗୀତ ଗାଏ ପ୍ରକୃତି ଗୀତ 
ସମାହାର ସଜ୍ଜିତ ଯେଣୁ ପ୍ରକୁତି ଠାଣି ଆରବ୍ଧ


Rate this content
Log in

Similar oriya poem from Romance