ଥରେ ଥୁଣ୍ଟା ହେଲାପରେ
ଭରି ଦୁଃଖ ଥିଲା
କାଉ କୋଇଲି ବଣି ଶୁଆ
ଆଉ କେହି ଆସିବାର ନଥିଲା
ନା ପଥିକ
ହେଉ ପଛେ ସପନ ବଣିକ
ଗଛ ତଳେ ଘଡିଏ ବସି
ଭାବୁଥିଲା ସତେକି ଗଛଟି ମାଣିକ
ନେଳି ପତ୍ର ଥିଲା
ହଳଦିଆ ପଡି ପତ୍ରଝରା ଦେଲା
ମୃଦୁ ମଳୟ ପବନ ବହିଲା
ପୁଣି ପତ୍ର କଅଁଳିଲା
ପକ୍ଷୀ ମାଙ୍କଡ଼ ଗୁଣ୍ଡୁଚି
ତଳେ ପଡିଲା ଫଳ ପାଚି
ସବୁ ଫେରିଆସିଲା
ବସନ୍ତ ଋତୁ ଆସି ପହଂଚିଲା
ଗଛଟା ପୁଣି ଛାଇ ଦେଇ
ପଥିକକୁ ଚାଁହୁଥିଲା
ଏତେ ସବୁ କଲାବାଲା
ଉପରବାଲା ଥିଲା
ଗଛଟି ଗଛକୁ କହୁଥିଲା