ଜାଗର ରେ ରହି ଉଜାଗର
ପୂଜିଲେ ଶିବ ପୟର
ମନୋସ୍କାମନା ହେବ ପୁରଣ
କୋପେ ଅବା ତପେ ବର
ଶିବ ଶିବା ଜପି କେତେ ମୁନି ଋଷି
ପାଇଥିଲେ ତପେ ବର
ରାକ୍ଷାସମାନେ କୋପେ ପାଇ ବର
ହେଲେ ମଧ୍ୟ ଛାରଖାର
ଏ ରାତି ଜାଗର ବର୍ଷକେ ଗୋଟେ ଥର
ଆସ ପୂଜିବା ଶିବଶଙ୍କର ଙ୍କ ପୟର
ଫୁଲ ଦୀପ ଧୂପ ଝୁଣା ମହକିବ
କରୁଣା କରିବେ ମହେଶ୍ୱର
ଭୋଳାଶଙ୍କର ପାନ କରି ବିଷ
ସମୁଦ୍ର ମନ୍ଥନ କାଳେ ମହେଶ୍ୱର
ହେଲେ ନୀଳକଣ୍ଠ ପାନ କରି ଆକଣ୍ଠ
ରଖିଲେ ଦେବ ଦେବୀଙ୍କୁ ଇଶ୍ୱର
ଆଜି ଆସିଛି ଜାଗର
ଦୀପ ଜାଳି ମନେ ଶିବ ଭାଳି
ଦେଖି ମହାଦୀପ ସତ୍ୱର
ପାରି ହେବାକୁ ଏ ସଂସାର
ଶିବ ଜୈତ୍ର ଉଡାଇ ସର୍ବତ୍ର
ଜୟ ଦେବ ଦେବ ମହାଦେବ
କହି ଶହେ ଆଠଥର
ପାଳି ଜାଗର ହେବା ଉଜାଗର
କ୍ଷମକର ପ୍ରଭୁ କ୍ଷମକର
,,,,,,,,,,,,,,,,,,,