ଲୁହ ଯେବେ ଥକିଯାଏ
ଲୁହ ଯେବେ ଥକିଯାଏ
ଲୁହ ଯେବେ ବୋହିବୋହି ଥକିଯାଏ
ଶତସିଂହର ଶକ୍ତି ସହ ଗର୍ଜନ କରେ ହସ
ଦୁଃଖର ନଦୀମାନେ ସବୁ ହୋଇଯାଆନ୍ତି ଶୁଷ୍କ
କଣ୍ଟାବୁଦା, ପାହାଡ଼ ଚିରି ନିର୍ମାଣ ହୁଏ ରାସ୍ତା
ପ୍ରତିକ୍ଷଣେ ଧମକ ଦେଉଥିବା ସମୟ ହୁଏ ମୂକ,
ଲୁହ ଯେବେ ବୋହିବୋହି ଥକିଯାଏ
ଜନ୍ମନିଏ ଏକ ନୂତନ ଚେତନା ଅସୀମ ସମ୍ଭାବନା
ବିଷାଦର ବିଷପଣା ହୋଇଯାଏ ବାଷ୍ପୀଭୂତ
ସମସ୍ଯା ବି କରେ ଭୟ ହେବାକୁ ମନେ ଉଦୟ
ଈଶ୍ବରୀୟ ଚେତନାରେ ପରିପୂର୍ଣ୍ଣ ଓ ଶକ୍ତ ହୁଏ ଭକ୍ତ,
ଲୁହ ଯେବେ ବୋହିବୋହି ଥକିଯାଏ
ଖୋଜିବୁଲେ ମଣିଷ କେତେ କାରଣ, ଉପାୟ, ପ୍ରତିକାର
ଭାଙ୍ଗିଦେବ ସେ ଷଡ଼ଯନ୍ତ୍ରର କଳଙ୍କ ଘର, ସ୍ୱାର୍ଥ ବଜାର
ସେ ଉତ୍ତାରିଦେବ ମୁଖା, ଆଉ କିଛି ରଙ୍ଗବୋଳା ଚେହେରା
ନାରୀର ନାରୀ ହିଁ ମୂଖ୍ଯ ଶତ୍ରୁ ସେ ଗୁପ୍ତେ କରେ ପ୍ରହାର,
ଲୁହ ଯେବେ ବୋହିବୋହି ଥକିଯାଏ
କୋମଳତା ପରିବର୍ତ୍ତିତ ହୋଇ ହୁଏ ମହାଶକ୍ତି ପରବତ
ଉଦାରତା ବି ହୁଏ ସଜାଡ଼ିଦେବା ପାଇଁ କଠୋରପନ୍ଥୀ
ପ୍ରଚଣ୍ତତା ଭରେ ମନେ ଭାଙ୍ଗିବ ସେ ଆସୁରିକ ବନ୍ଧନ
ବିନାଶ କରିବ ସେ ରାକ୍ଷସ-ରାକ୍ଷସୀପଣ ଓ ପାପପ୍ରୀତି।