Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract

3  

Rama chandra Pradhan

Abstract

ଦାମ୍ପତ୍ୟ ଜୀବନ

ଦାମ୍ପତ୍ୟ ଜୀବନ

1 min
195


ଦାମ୍ପତ୍ୟ ଜୀବନ ହୁଏ ସୁଖମୟ 

   ବୁଝାମଣା ଠିକ୍ ଥିଲେ 

ସଂସାର 'ଚକ'ଟା ସୁଖେ ଗଡ଼ିଚାଲେ 

   ଦୁଇମନ ଏକ୍ ହେଲେ ।

ବିଶ୍ୱ ନିଅନ୍ତାଙ୍କ ଶ୍ରେଷ୍ଠ ଉପହାର 

   ଅଟେ ଦାମ୍ପତ୍ୟ ଜୀବନ 

ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି 

   ଅଟନ୍ତି ଦୁହେଁ ସମାନ ।

ଦୁଇ ମନପ୍ରାଣ ଅଟେ ଏକ ଆତ୍ମା 

  ଥିଲେ ସମର୍ପଣ ଭାବ 

ଦୁଇଟି ଶରୀର ଗୋଟେ ନ ହେଲେ ବି 

   ନ ଥାଏ କିଛି ପ୍ରଭେଦ ।

ସହନଶୀଳତା କର୍ତ୍ତବ୍ୟ ଆଦର୍ଶ 

  ଦାମ୍ପତ୍ୟ ଜୀବନେ ବଡ଼ 

ବିଶ୍ୱାସ ଭରସା ସ୍ନେହ ପ୍ରେମେ ବନ୍ଧା 

   ଦାମ୍ପତ୍ୟର ସୁଖନୀଡ଼ ।

ନ ରଖି ସନ୍ଦେହ ଗଢ଼ିଲେ ସଂସାର 

   ଦାମ୍ପତ୍ୟ ଜୀବନ ହାଟେ 

ସବୁ ଝଡ଼ଝଞ୍ଜା ଆପେ ଟଳିଯିବ

   ଜୀବନର ଚଲାବାଟେ ।



Rate this content
Log in

Similar oriya poem from Abstract