Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.Siddheswar Behera

Abstract

3  

Mr.Siddheswar Behera

Abstract

ପଢିଲେ ଜାଣିବା

ପଢିଲେ ଜାଣିବା

1 min
270


ଶିକ୍ଷା ବିଭାଗର ଏହା ଯୋଜନା 

ଶିକ୍ଷକ ପ୍ରଶିକ୍ଷଣ ।

ଅପ ଗ୍ରେଡ୍ ନାମେ ନାମିତ ଏହା

ବିଷୟ ଗଣିତ ବିଜ୍ଞାନ।। 


ନପଢା ପଛକେ ଗଣିତ ବିଜ୍ଞାନ 

ନେଇଯାଅ ପ୍ରଶିକ୍ଷଣ ।

ଲାଗୁ ନଲାଗୁ ଏହା କାହା କାମେ

ବଢିବ ତ ନିଜ ଜ୍ଞାନ।। 


ପ୍ରଶିକ୍ଷାର୍ଥୀ ଏଠି ଯୁବ ଅଭିଜ୍ଞ 

ପ୍ରଶିକ୍ଷକ ମଧ୍ୟ ଏକ ପରି ।

ସମୟେ ଆସିବା ସମୟରେ ଯିବା

ନୋହିଲେ ବିପଦେ ଆମ ଚାକିରୀ।। 


ପାଠ ସମସ୍ୟାକୁ ନେଇ ନିଜ ମଧ୍ୟେ 

ଆମେ କରିବା ଆଲୋଚନା ।

ତର୍କବିତର୍କକେ କରିବା ସମାଧାନ 

ମନେ ରଖି ଆର୍.ପି.ଙ୍କ ସୂଚନା ।।


ସମସ୍ୟା ଗୁଡିକୁ ମନ୍ଥନ କରି

ନିର୍ଦ୍ଦିଷ୍ଟ ନିର୍ଯ୍ୟାସେ ହେବା ଉପନୀତ ।

ପଢେଇବାକୁ ହେଲେ ପଢିବାକୁ ହେବ

ଏହା ହିଁ ଏକଦା ସତ୍ୟ ।


ପଢିଲେ ଜାଣିବା ଜାଣିଲେ ଜିଣିବା 

ଜଣାଇବାକୁ ହୁଏ ସହଜ ।

କିଛି ତାଙ୍କୁ ଜଣା ଥାଏ କିଛି ଉଣା

ପଢିବା ସଭିଏଁ କରି ମଉଜ।।



Rate this content
Log in

Similar oriya poem from Abstract