STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ବୈଜ୍ଞାନିକ ବିକ୍ରମ ସରାଭାଇ

ବୈଜ୍ଞାନିକ ବିକ୍ରମ ସରାଭାଇ

1 min
266

ଭାରତ ମାତାର ଯୋଗ୍ୟତମ ସୁତ

ବିକ୍ରମ ସରାଭାଇ,

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରସିଦ୍ଧ

ହୋଇଥିଲ ତୁମେ ମହୀ।।

ଭାରତୀୟ ମହାକାଶ ବିଜ୍ଞାନର

ଜନକ ପଦେ ଭୂଷିତ,

ପଦ୍ମ ଭୂଷଣ,ପଦ୍ମ ବିଭୂଷଣ 

ସମ୍ମାନରେ ସମ୍ମାନିତ।।

ମୃଣାଳିନୀ ଦେବୀ ବରିଲେ ତୁମକୁ

ପତି ରୂପରେ ତାଙ୍କରି,

କାର୍ତ୍ତିକେୟ ନାମ ବହେ ତୁମ ପୁତ୍ର

ମଲ୍ଲିକା କନ୍ୟା ତୁମରି।।

ଜୈନ୍ୟଧର୍ମେ ତୁମେ ଦୀକ୍ଷିତ ହୋଇଲ

ତରିବାକୁ ଭଵବାରୀ,

ନିଜ ଜୀବନକୁ ଭାରତ ମାତାର 

ସେବାରେ ଦେଇଛ ସାରି।।

ଭାରତୀୟ ମହାକାଶ ସଂସ୍ଥା ପେଶେ

ମଙ୍ଗଳ ଗ୍ରହରେ ଯାନ,

ତୁମରି ମାନସ ସନ୍ତାନ ହୋଇଛି

ବିଜ୍ଞାନରେ ବିଳିଆନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract