STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସମ୍ଭାଳି ରଖିଛି

ସମ୍ଭାଳି ରଖିଛି

1 min
242

ସମ୍ଭାଳି ରଖିଛି ଚଞ୍ଚଳ ଜିହ୍ଵାକୁ

        ଟାଣ ପଦେ କହିଦେବ କାଳେ,

ହୃଦୟରେ କାହା ବ୍ୟଥା ନ ଦେବାକୁ

        କହିବା ଆଗରୁ ଥରେ ଭାଳେ।


ସମ୍ଭାଳି ରଖିଛି ମୋ ଦୁଇ ଆଖିକୁ

        ନ ଦେଖିବ କିଛି ବିଷ ଦୃଶ୍ୟ,

ସବୁରି ଅନ୍ତରେ ଈଶ୍ୱର ଦର୍ଶନ

        ଏହା ହେଉ ମୋର ଅଭିଳାଷ।


ସମ୍ଭାଳି ରଖିଛି କର୍ଣ ଦ୍ୱୟ ମୋର

        କୁବାକ୍ୟ ଶ୍ରବଣ ନକରିବ,

ସତ୍ୟ ଧର୍ମ ନ୍ୟାୟ ବଚନ ଶୁଣିବ

        ଶୁଦ୍ଧତାରେ ହୃଦ ପ୍ରକାଶିବ।


ସମ୍ଭାଳି ରଖିଛି ହସ୍ତପଦ ଦ୍ୱୟ

        ଅନୁଚିତ କର୍ମେ ନ ହୋନ୍ତୁ ଲିପ୍ତ,

ସମର୍ପିତ ହୋନ୍ତୁ ଦୁନିଆ ସେବାରେ

        ବିଶ୍ୱ ସୁଖେ ହେଉ ଆତ୍ମ ତୃପ୍ତ। 


ସମ୍ଭାଳି ରଖିଛି ଅଧିର ଚିତ୍ତକୁ

        ନ ଚିନ୍ତିବ କାର ଅଧୋଗତି,

ସବୁରି ମଙ୍ଗଳ ଚିନ୍ତୁଥିବ ନିତି

        ଭୁଲି ସଦା ନିଜ ସ୍ୱାର୍ଥ ପ୍ରିତୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract