STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

କାହିଁକି ଏ ମୌନତା !

କାହିଁକି ଏ ମୌନତା !

1 min
213


କେଜାଣି କି ଲାଭ ପାଅ ଏଇ ଚିର ମୌନତାରେ

ନିଜ ସ୍ରଷ୍ଟାପଣିଆକୁ ପ୍ରମାଣିତ କରିବା ପାଇଁ,

ନା ଆବଶ୍ୟକ ମନେକରନା ପାଟି ଖୋଲିବା ପାଇଁ !


କେତେ କଣ ଘଟିଗଲାଣି ତୁମ ଏ ସୃଷ୍ଟିରେ

ମାନବ ଲୁଚିଛି ଆଜି ଭୟାର୍ତ୍ତ ଗହ୍ବରେ

କେତେ ଝଡ଼, କୋଳାହଳେ ବଦଳିଗଲାଣି ତୁମ

ହାତଗଢା ସୁନ୍ଦର ପୃଥିବୀ

ବିପଥରେ ଘୁରି ଘୁରି ଛିନ୍ନକଣ୍ଠ ପକ୍ଷୀ ପ୍ରାୟେ

ଖୋଜୁଛି ଜୀଵନ ଆଜି ଅମୃତର ବାରି

କିନ୍ତୁ ତୁମର ବା କି ଯାଏ ଆସେ

ତୁମେ ତ ମୌନତାର ଅବତାର ଧରି

ନିର୍ବିକାରେ ବସିଛ କେଉଁ ଏକ ଶୁନ୍ୟ ସିଂହାସନେ।


ଦ୍ଵନ୍ଦ ଲଗାଇ ତୁମେ ଦ୍ୱନ୍ଦାତୀତ

ମାୟା ରଚୟିତା ତଥାପି ମାୟାତୀତ

ତୁମେ ଅନ୍ତର୍ଯ୍ୟାମୀ ତୁମେ ସର୍ଵଜ୍ଞାତ

ଖାଲି ଆମେ ଯାହା ଅବୁଝା ସାଜିଛୁ ଆମ ମୁଢତାରେ

ତୁମେ ତୁମ ଲୀଳା ଓ କର୍ମଫଳର ଦ୍ବାହି ଦେଇ

ଆମକୁ ଛାଡ଼ିଦେଇଛ ଏ ପଙ୍କିଳ ଧାରାରେ

ସବୁ ଦେଖି ସବୁ ଜାଣି ସ୍ଥାଣୁ ପାଲଟିଛ

ତୁମର ଏ ରହସ୍ୟମୟ ମୌନତାର ତତ୍ତ୍ୱ

ବୁଝିପାରନ୍ତୁ ଯଦି ଭାଙ୍ଗି ଯାଆନ୍ତା ତୁମ ଲୀଳାର ଉଦ୍ଦେଶ୍ୟ

ସେଥିପାଇଁ ଆମେ ବି ବଞ୍ଚିଛୁ ନିରବେ ନିର୍ବିବାଦେ

ସହିବାକୁ ପଡ଼ୁ ପଛେ ଅହରହ ତୁମ ମୌନତାର ଦଂଶନ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract