ଲୁହ ସାଥୀ
ଲୁହ ସାଥୀ
ହସର ସାଥୀ ତ ସବୁଠି ମିଳିବେ
ମିଳିବେନି ଲୁହ ସାଥୀ
ଆଖି ର ତତଲା ଲୁହ ପୋଛିବାକୁ
ବଢ଼ାଇ ଦେବେନି ଛତି।
ନଦୀ ଦୁଇ କୂଳ ସୂରୁଜ କମଳ
ମିଶେନା କେବେ ସତରେ
ହେଲେ ସେ ପ୍ରୀତିରେ ଦୁହେଁ ତ ସାଥୀରେ
ରହି ଥାନ୍ତି ସବୁ ବେଳେ ।
ହୃଦୟର ପ୍ରୀତି ମାଗେ ନାହିଁ କିଛି
ପରିଚୟ ଦୁନିଆଁର
ପ୍ରେମର ବନ୍ଧନ ବାନ୍ଧି ରଖିଥାଏ
ମନ ଦୁଇ ପ୍ରେମୀଙ୍କର ।