ଲୁହ ଦି ବୁନ୍ଦା
ଲୁହ ଦି ବୁନ୍ଦା
ତୁମ ବିରହରେ ଆଖିରୁ
ଝରି ପଡୁଛି ଦି ବୁନ୍ଦା ଲୁହ
ନ ମାନି କିଛି ବାଧା,
ବୁଝିପାରୁନହିଁ ସେଇ ଲୁହକୁ
ଓଠରେ ପିଇବି ନା
ପଣତ ରେ ପୋଛିବି
ଚିବୁକ ଛୁଇଁ ଦି ବୁନ୍ଦା ଲୁହ
ଅବିରତ ବହିଗଲେ
ହୋଇଯାଏ ମନ ମୋର
କିଛି କ୍ଷଣ ପାଇଁ ହାଲୁକା
କିନ୍ତୁ,
ଛାତି ଭିତର କୋହ ସବୁ
ଉଙ୍କି ମାରି ବାହାରି ବାକୁ
ଅନବରତ ଚେଷ୍ଟିତ
ପାଟିରୁ ମୋର ଶବ୍ଦ ସବୁ
ନିଶବ୍ଦ ହୋଇ ଯାଇଛି,
ଦି ବୁନ୍ଦା ଆଖି ଲୁହର ପରଶରେ
ଜୀବନ ମୋର ନିର୍ଜୀବ
ପାଲଟି ଯାଇଛି ସେବେ ଠୁ
ଯେବେ ଠୁ ତୁ ମୋ ଆଖିରେ
ଖୁସି ଦେଖିବା ବଦଳରେ
ଦେଇଯାଇଛୁ ଦି ବୁନ୍ଦା ଲୁହ
