STORYMIRROR

ସନାତନ ଦାସ

Abstract

3  

ସନାତନ ଦାସ

Abstract

ଲୁହ ଦି ବୁନ୍ଦା

ଲୁହ ଦି ବୁନ୍ଦା

1 min
258

ତୁମ ବିରହରେ ଆଖିରୁ

ଝରି ପଡୁଛି ଦି ବୁନ୍ଦା ଲୁହ

ନ ମାନି କିଛି ବାଧା,

ବୁଝିପାରୁନହିଁ ସେଇ ଲୁହକୁ

ଓଠରେ ପିଇବି ନା

ପଣତ ରେ ପୋଛିବି


ଚିବୁକ ଛୁଇଁ ଦି ବୁନ୍ଦା ଲୁହ

ଅବିରତ ବହିଗଲେ

ହୋଇଯାଏ ମନ ମୋର

କିଛି କ୍ଷଣ ପାଇଁ ହାଲୁକା 

କିନ୍ତୁ,

ଛାତି ଭିତର କୋହ ସବୁ

ଉଙ୍କି ମାରି ବାହାରି ବାକୁ

ଅନବରତ ଚେଷ୍ଟିତ


ପାଟିରୁ ମୋର ଶବ୍ଦ ସବୁ

ନିଶବ୍ଦ ହୋଇ ଯାଇଛି,

ଦି ବୁନ୍ଦା ଆଖି ଲୁହର ପରଶରେ


ଜୀବନ ମୋର ନିର୍ଜୀବ 

ପାଲଟି ଯାଇଛି ସେବେ ଠୁ

ଯେବେ ଠୁ ତୁ ମୋ ଆଖିରେ

ଖୁସି ଦେଖିବା ବଦଳରେ

ଦେଇଯାଇଛୁ ଦି ବୁନ୍ଦା ଲୁହ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract