STORYMIRROR

Bidyadhar Mantry

Romance Classics

4  

Bidyadhar Mantry

Romance Classics

ଲୁଚେଇବି ନାହିଁ ଯାହା ଲୁଚିଥିଲା

ଲୁଚେଇବି ନାହିଁ ଯାହା ଲୁଚିଥିଲା

1 min
11


ତୁମକୁ କିଛି ବି ଲୁଚାଇବି ନାହିଁ 

ଯାହା ରହିଛି ଅଜଣା

ଜୀବନରେ ଯାହା କିଛି ଘଟିଗଲା

ପ୍ରାୟ ଥିଲା ଜଣା ଶୁଣା 

ସେହି ଅଜଣା ରହସ୍ୟ ଆଢ଼ୁଆଳେ

ଦୁହିଁଙ୍କର ନୀରବତା

ସବୁ କିଛି ହେଲା ଓଲଟ ପାଲଟ

ବଦଳିଲା ଆମ ରାସ୍ତା


ମେଳା ଭିଡରୁ ଆମ ଦୁହେଁ ଦୁହିଁଙ୍କୁ

ଯେବେ ଥିଲୁ ନିରୋଳା ରେ

ବୋଧେ କାହାର ନଜର ରହିଥିଲା

ଆମ ମିଳନ ପଥରେ

ଯେବେ ମେଳା ଦେଖି ହେଲେ ଘର ମୁହାଁ 

ଚର୍ଚ୍ଚା ହେଲା ଘରେ ଘରେ

ବାଧା ସୃଷ୍ଟି ହେଲା ମିଳନ ପଥରେ

ଅଙ୍କୁଶ ଲାଗିଲା ଧିରେ 


ନୀରବି ରହିଲେ ପରଷ୍ପର ଠାରୁ

ଯଦିଓ ହୁଅଇ ଦେଖା

କିଛି ବି କହିବା ତ ଦୂରର କଥା

ଦେଖି ହେଲ ଅଣ ଦେଖା

ସାଙ୍ଗ ସାଥି ମେଳେ କହି ତୁମ କଥା

ଖୋଜିଲି କିଛି ଉପାୟ 

ଲୁଚେଇ ଚିଠି ବି ଦେଇଛି ତୁମକୁ

ହେବାକୁ ମିଳନ ଥୟ

ସବୁ ଚେଷ୍ଟା ଯେବେ ହୋଇଲା ବିଫଳ

ନୀରବେ ସହି ଯନ୍ତ୍ରଣା

ତୁମ ସହ ଦେଖା ଆଉ କଥା ବିନା

ପ୍ରାୟ ହେଲି ଆନ ମନା 


ହୃଦୟ ମୋ ଭାଙ୍ଗି ଗଲା ପରେ ପରେ

ମଉଳି ଗଲା ମୋ ଆଶା

ବାଟ ଭାଙ୍ଗି ଗଲ ଅନ୍ୟ ହାତ ଧରି

ତୁଟିଲା ଆଶା ଭରସା

ସାଥୀ ହୋଇ ଜୀବନର ଚଲାପଥେ

କଥା ଥିଲା ଚାଲିବାକୁ

ସାଥୀ ବିନା ସବୁ ଅପ୍ରିୟ ଲାଗିଲା

ନିନ୍ଦିଲି ନିଜେ ନିଜକୁ


ଆଜି ସୁଦ୍ଧା ନିଜେ ନିନ୍ଦୁଛି ନିଜକୁ 

କିମ୍ପା ରହି ନୀରବରେ

ସହ୍ୟ କରୁଅଛି ସେ' ବିରହ ଯନ୍ତ୍ରଣା

ପ୍ରାୟ ପ୍ରତି ମୁହୂର୍ତ୍ତରେ

ଭାଷାରେ ବର୍ଣ୍ଣନା ଦୁରୂହ ବ୍ୟାପାର

ଶବ୍ଦର ପ୍ରାୟ ଅଭାବ

ସ୍ମୃତି ବଞ୍ଚାଇ ରଖିଛି ଏ ଜୀବନ 

ବୋଧେ ରହିଛି ରହିବ!










Rate this content
Log in

Similar oriya poem from Romance