STORYMIRROR

Pranati Acharya

Tragedy Inspirational Others

3  

Pranati Acharya

Tragedy Inspirational Others

ଲୋକମାତା

ଲୋକମାତା

1 min
179


କାମଧେନୁ ପରି ସକଳ କାମନା ପୁରଣ କରେ ସେ ମାତା 

ତେତିଶ କୋଟିର ଦେବତା ତା ଦେହେ

ତେଣୁ ବୋଲାଏ ଗୋମାତା ।।

ପଞ୍ଚ ମାତା ମଧ୍ୟେ ଗୋମାତା ଅଟନ୍ତି ସମସ୍ତଙ୍କ ଠାରୁ ସାର 

ନମଣ ତାଙ୍କୁ ଯେ ପଶୁ ବୋଲି ତୁମେ ସେ ଲୋକମାତା ବିଶ୍ବର ।। 

ନିରିହ କୋମଳ ସ୍ବଭାବଟି ତାର ଅଳପରେ ତୋସ ହୁଏ 

ଗଣ୍ଡାଏ ଖାଇ ସେ ମୁନ୍ଦାଏ ପିଇକି ମାନବ ସେବାରେ ଥାଏ ।। 

ନାମକୁ ଏବେ ସେ ବୋଲାଏ ଗୋମାତା ନାହିଁ ତାର ସ୍ଥାନ ଘରେ 

ବଡ ବିକଳେ ସେ ବାଛିଚି ରାସ୍ତାକୁ ଜୀବନ ତା ସଙ୍କଟରେ ।। 

କେମିତି ବଞ୍ଚିବ ଭାବୁଛି ସେ ଆଜି ନାହିଁ ତାର କେହି ସାହା 

ତଥୀପି ସଂଘର୍ଷ ଖାଦ୍ୟ ମୁଠେ ପାଇଁ କୁହନ୍ତିନି କେହି ଆହା ।। 

ଖାଦ୍ୟ ବିନା ଆଜି ଗୋମାତା କାନ୍ଦୁଛି ରାଜରାସ୍ତାର ସହରେ 

ବୁଲି ଚାରିଆଡେ ନିରାଶ ହେଉଛି କ୍ଷୁଧା ଲୁହ ହୋଇ ଝରେ ।। 

ଗୋମାତା ଖୋଜୁଛି ବଞ୍ଚିବାର ରାହା ଜୀବନ ପଡିଛି ବନ୍ଧା 

ଧର୍ମ କରୁଛି ବିକଳ ଚିତ୍କାର ମମତାର ରଜ୍ଜୁ ଛିଣ୍ଡା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy