STORYMIRROR

Sambit Srikumar

Abstract Inspirational

4  

Sambit Srikumar

Abstract Inspirational

ଲୋକାଚାର

ଲୋକାଚାର

1 min
308

କିଏ ଏଇ ସବୁ ଲୋକମାନେ?

କାହିଁକି କିଛି ବି କହିବେ ଏମାନେ?

ଅବାଞ୍ଛିତ ହୋଇ ବି କରୁଥିବେ ଅନଧିକାର ଚର୍ଚ୍ଚା 

ନିରୀହ ସରଳ ମଣିଷ ବିରୁଦ୍ଧରେ ଖୋଲିଥିବେ ମୋର୍ଚ୍ଚା। 


କଣ ପାଇଁ ରଟିବେ ନିନ୍ଦା ଅପବାଦ?

କଣ ପାଇଁ କାହାକୁ କରିବେ ଅପମାନିତ?

କଣ ପାଇଁ କାହାରି ମନରେ ଦେବେ ଆଘାତ?

କଣ ପାଇଁ ଭାବାବେଗକୁ କରିବେ ପଦ ଦଳିତ?


କିଏ ଦେଲା ଏମାନଙ୍କୁ ଅଧିକାର?

ହତ୍ଯା କରିବାକୁ ଆନର ସ୍ବାଧିକାର

ହରଣ କରିବାକୁ ହସ ଖୁସି ପରର

କରିବାକୁ ନାରଖାର ସୁନାର ସଂସାର। 


କଥାରେ କାମରେ ଭାବ ଭଙ୍ଗୀରେ

ହରକତରେ ଧପ୍ପାବାଜି ଟାଉଟରିରେ 

ଅବା ଅସଭ୍ୟ ଅଶ୍ଳୀଳ ଇଙ୍ଗିତରେ

ଭାଙ୍ଗୁଥିବେ ସହସ୍ର ଘର ଗ୍ରାମରୁ ସହର। 


ଏମାନେ କି ନୈତିକତାର ଠିକାଦାର?

ସଦାସର୍ବଦା ଆନକୁ ଦେଖାଉଥିବେ ଆଇନା

କରୁଥିବେ ଅପଳାପ କୁତ୍ସା ରଟନା 

ସମାଜରେ ଖେଳାଉଥିବେ ଦୁର୍ଭାବନା। 


କାହିଁ ଏମାନେ ତ କେବେ ଭ୍ରମରେ 

ବି ବଢାନ୍ତି ନାହିଁ କାହାରିକୁ ହାତ ସାହାଯ୍ୟର? 

ଅନ୍ୟର ଛିଦ୍ର ଉଣ୍ଡି ଦୋଷାରୋପ କରିବାରେ 

ଏମାନେ ବିଶେଷ ଗୁଣରେ ମାହିର। 


କାହିଁ ପାଇଁ ଲୋକାଚାରର ତାଡ଼ନାରେ

ଝାଉଁଳି ପଡୁଥିବ ଜୀବନ ଏଠି ବାରମ୍ଵାର?

କିବା ଅପରାଧ ନିଷ୍ପାପ କଳିକାଟିର?

ନିରପେକ୍ଷ ରହିବା କି ଦୋଷ ତା'ର?


କାହିଁକି ନିରପରାଧ ପ୍ରାଣୀଟି ଦେଉଥିବ

କୈଫିୟତ୍ ଆପଣା ନିରୀହପଣର? 

କାହିଁକି ନିଷ୍ପେଷିତ ହୋଇ ଜୀଉଁଥିବ 

ଭୋଗ କରୁଥିବ କଷଣ ନିରନ୍ତର?


Rate this content
Log in

Similar oriya poem from Abstract