ଲଣ୍ଠନ
ଲଣ୍ଠନ


ଅତୀତର ଦରଭିଜା ଓଠେ
କ୍ଷୀଣ ହୋଇଥାଉ ପଛେ
ଆଶ୍ବସ୍ତିର ଲମ୍ବା ଦୀର୍ଘଶ୍ବାସ,
ମୁଠା ମୁଠା ବହଳିଆ କାଳିମାକୁ ଭେଦି
ଆପଣାର ବାଛିନିଏ ଜାଗା
ସେହି ମାଟିକାନ୍ଥ, କାଠଆଟୁ ତଳ
ଆଲଣାର ଉପର କଣ୍ଟାର।
ମଳୟ ବି ଆନମନା
କାଚର ପରସ୍ତକୁ ଲଘିଂ
ମାଟିତେଲ,ନିବିଡ ମମତା ସଳିତା,
ଧର୍ମ ତ ଜ୍ବଳନଅନ୍ଧାରକୁ
ନାଶକରି, ଲିଭାଏ ପୀଡନ
ଉଷୁମ ଉଦୟ ବେଳାରେ
ସମୟର ବୁକୁ ଭେଦି
ଜଳୁଥାଏ ଅହରହ
ସାକ୍ଷୀ ଅଛି କେତେ ପରୀକ୍ଷାରେ।
ଦପିତ ଯୌବନ ଯା'ର
ନବବଧୂ ବାସର ବେଳାରେ,
ଅଝଟିଆ କୁନାମୁନା,
ବୁଢାବାପା ,ରୋଗଗ୍ରସ୍ତ
ଖଟିଆ ସାମ୍ନାରେ।।
ଗଭୀର ତମସା ସିନ୍ଧୁ
ନାଉରୀ ସେ ପ୍ରକାଶ ପଥର,
ଦମିଛି ତାହାରି ଭାଷା
ହଜାଇଛି କ୍ଷମତା ସେ
ପ୍ରଜ୍ଜ୍ବଳିତ ସହସ୍ର ପ୍ରବାହ
ବତୀ ଆଲୋକର
ଆଉ ନାହିଁ ଲଣ୍ଠନର
ଅପରୂପ ଶୋଭା,
ସୂରୁଜ ବାହୁଡା ଆଗରୁ
ଗୃହିଣୀଟି କରୁନାହିଁ
ତା ପୋଷାକ ସଫା।
ସମୟତ ଦି ପାଦରେ ବଢେ
ଶୋଇଅଛି ଲଣ୍ଠନଟି
କେଉଁ ଏକ ଅରମା ପେଡିରେ
ଅବା କେଉଁ କୁଡାବାଲା
ଅଖା ଗଣ୍ଠିଲିରେ
ମିଞ୍ଚି ମିଞ୍ଜି ଆଲୁଅର ଫନ୍ଦା
ବଡ ବଡ ହାଲୋଜିନ୍ ଅତ୍ୟାଚାରେ
ହୋଇଅଛି ବନ୍ଧା ।।