STORYMIRROR

Pranati Acharya

Classics Others

3  

Pranati Acharya

Classics Others

ଲଣ୍ଠନ

ଲଣ୍ଠନ

1 min
224


 ଘନ ଅନ୍ଧକାର ଶିକୁଳି ଛିଣ୍ଡାଇ

 ଜ୍ୟୋତି ପ୍ରକାଶ କରାଇବାର

 ପ୍ରବଳ ନିଶା ଜଳି ଜଳି

 ବଞ୍ଚିବାର ଅଦମ୍ୟ ଚେଷ୍ଟା

ବୋଧହୁଏ ଡିବିରିକୁ ଜଣା ନାହିଁ ।। 

ଏକ ପ୍ରଖର ବାତାବରଣ ଭିତରୁ

 କୀଟ ପତଙ୍ଗକୁ ଓଟାରି ଆଣିବା

 ଶକ୍ତି ଥାଏ ତାର ସନ୍ଧ୍ୟା ହେଲେ 

ଖୋଜାପଡେ ତାକୂ ସଭିଙ୍କ ଘରେ 

ମିଞିମିଞି ଆଲୋକରେ 

ଦେଖିବାକୁ ଭାରି ମନ ମୁଗ୍ଧକର ।। 

ବାଆ ବତାସ ଝଡ ତୋଫାନର 

ରାତ୍ରିରେ ଏକ ମାତ୍ର ଭରସା 

ମୋ ଗାଁ ଘର ମାଟି କାନ୍ଥେ ରହିଥାଏ ଝୁଲି,

 ମାଟି ତେଲକୁ ସାଥେ ଧରି ପୁରୁଣା

 ଜିନିଷ ମୂଲ୍ୟ ଏବେ କେ ବୁଝିଛି 

ତଥାପି ଲଣ୍ଠନ ଏବେ ମୁଁ ସାଇତି ରଖିଛି ।।

 ଜୀବନର ବିସ୍ତୃତ ପଥକୁ ଅତିକ୍ରମ 

କରି ଚାଲିବାକୁ ହେବ ଚୁପ୍ ଚାପ୍

 ନିରବ ନିସ୍ତବ୍ଧ ହୋଇ ଝୁଲୁଥିବା 

ଲଣ୍ଠନକୁ ଲୀନ ହେବା ପୂର୍ବରୁ ସାଉଁଟି ନେବା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics