ଲଣ୍ଠନ ର ଦିନ
ଲଣ୍ଠନ ର ଦିନ


ବେଳେ ବେଳେ ଖୁବ୍ ମନେ ପଡେ
ଗୋଟି ଗୋଟି କରି କାହାଣୀ
ଆମ ସେଇ ପିଲା ଦିନର ,
ଇଚ୍ଛା ହୁଏ ଅତୀତକୁ ଫେରି ଯିବା ପାଇଁ
ଜାଣିବାକୁ, କାହିଁ ଥିଲା ଦିନ ସବୁ
ଏତେ ଆପଣାର ......
ମନ ଝୁରେ ଗ୍ରୀଷ୍ମ ଛୁଟିର
ସେ ଖୁସି ଭରା ଦିନ
ମାମୁଁ ଘର ଯିବା ପାଇଁ
ନିଦ ହଜା ଆଖିର ସପନ ,
ଆଜି ବି ସ୍ମୃତି ରେ ହସେ;
ମାମୁଁଘର ଗାଁର
ସେ ଅନ୍ଧାକାର ରାତି,
ଭୂତ ପ୍ରେତ ଭୟ
ଆଉ ଲଣ୍ଠନ ହିଁ ଏକ ମାତ୍ର ସାଥି .....
ମିଞ୍ଜି ମିଞ୍ଜି ଆଲୋକରେ ତାର
ଭରି ଥାଏ କେତେ ଆଶ୍
ୱାସନା
ଜାଣି ଶୁଣି ଲିଭା ହୁଏ ସେ
ପାଠ ନ ପଢ଼ିବାର କରି ହଜାରେ ବାହାନା ...
ରାତି ତକ ଵିତୁ ଥାଏ
ଅଜାଙ୍କ ପାଶେ ବସି ବସି
ଗପ ଶୁଣିବାରେ ,
କେବେ ପୁଣି ପାହେ ରାତି
ଆଈ ମା' କୋଳେ ଶୋଇ ଶୋଇ
ତାରା ଗଣିବାରେ .....
ଛୁଟି ସବୁ ସରିଯାଏ କେମିତିକା
ଜଣା ବି ପଡେନା
ଗଛ ଚଢା ମାଛଧରା ନଈ ପହଁରା
ଏ ମନ ଆଜି ବି ଭୁଲେନା ,
ସତେ ତ, କୁଆଡେ ଗଲା ସେ ଦିନ
ଥିଲା ଯା' ଅତି ଆପଣାର
ଆଲୋକ ଆସିଛି ସିନା ଘରେ ଘରେ ଏବେ
ହୃଦୟ ହୋଇଛି କିନ୍ତୁ ସବୁରି ଅନ୍ଧାର ...।