STORYMIRROR

Amit Bal

Classics Inspirational

3  

Amit Bal

Classics Inspirational

ଲଣ୍ଠନ ର ଦିନ

ଲଣ୍ଠନ ର ଦିନ

1 min
243

ବେଳେ ବେଳେ ଖୁବ୍ ମନେ ପଡେ

    ଗୋଟି ଗୋଟି କରି କାହାଣୀ 

             ଆମ ସେଇ ପିଲା ଦିନର ,

ଇଚ୍ଛା ହୁଏ ଅତୀତକୁ ଫେରି ଯିବା ପାଇଁ 

     ଜାଣିବାକୁ, କାହିଁ ଥିଲା ଦିନ ସବୁ

                  ଏତେ ଆପଣାର ......


ମନ ଝୁରେ ଗ୍ରୀଷ୍ମ ଛୁଟିର 

            ସେ ଖୁସି ଭରା ଦିନ

ମାମୁଁ ଘର ଯିବା ପାଇଁ

         ନିଦ ହଜା ଆଖିର ସପନ ,


ଆଜି ବି ସ୍ମୃତି ରେ ହସେ;

     ମାମୁଁଘର ଗାଁର  

            ସେ ଅନ୍ଧାକାର ରାତି,

     ଭୂତ ପ୍ରେତ ଭୟ

         ଆଉ ଲଣ୍ଠନ ହିଁ ଏକ ମାତ୍ର ସାଥି .....


ମିଞ୍ଜି ମିଞ୍ଜି ଆଲୋକରେ ତାର

          ଭରି ଥାଏ କେତେ ଆଶ୍ୱାସନା

ଜାଣି ଶୁଣି ଲିଭା ହୁଏ ସେ

      ପାଠ ନ ପଢ଼ିବାର କରି ହଜାରେ ବାହାନା ...


ରାତି ତକ ଵିତୁ ଥାଏ

       ଅଜାଙ୍କ ପାଶେ ବସି ବସି 

               ଗପ ଶୁଣିବାରେ ,

କେବେ ପୁଣି ପାହେ ରାତି

       ଆଈ ମା' କୋଳେ ଶୋଇ ଶୋଇ

                 ତାରା ଗଣିବାରେ .....


ଛୁଟି ସବୁ ସରିଯାଏ କେମିତିକା

              ଜଣା ବି ପଡେନା

ଗଛ ଚଢା ମାଛଧରା ନଈ ପହଁରା

         ଏ ମନ ଆଜି ବି ଭୁଲେନା ,


ସତେ ତ, କୁଆଡେ ଗଲା ସେ ଦିନ

              ଥିଲା ଯା' ଅତି ଆପଣାର

ଆଲୋକ ଆସିଛି ସିନା ଘରେ ଘରେ ଏବେ

         ହୃଦୟ ହୋଇଛି କିନ୍ତୁ ସବୁରି ଅନ୍ଧାର ...।

       


Rate this content
Log in

Similar oriya poem from Classics