Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Romance Tragedy

3  

Sahadev Behera

Romance Tragedy

ଲକ୍ଷ୍ମଣ ରେଖା

ଲକ୍ଷ୍ମଣ ରେଖା

1 min
220



 

କାହିଁକି ଏମିତି  କନ୍ଦେଇଲୁ ମୋତେ

     ଆଖି ଲୁହ ଶୁଖୁ ନାହିଁ 

ଭଲ ପାଇବାରେ  ପ୍ରତାରଣା କଲୁ

     ସତ କହ କାଇଁ ପାଇଁ ll1

ଜୀବନଠୁ ବଳି  ଭଲ ପାଉଥିଲି

    ପିଲାଟି ଦିନରୁ ତୋତେ

ସବୁ ରାଗ ଋଷା ସହୁ ଥିଲି ତୋର

     ହତାସ କରିଲୁ ମୋତେ ll2

ଖେଳୁ ମୋ ସାଥିରେ  ପଢୁ ମୋ ସାଥିରେ

    ସାଥି ହୋଇ ଗପୁ ଥିଲୁ

ଦିନେ ନ ଦେଖିଲେ ପାଗିଳୀଙ୍କ ପରି

    ମିଶିବାକୁ ଖୋଜୁଥିଲୁ ll3

ଅନା ବନା ଲତା  ଗଛ ଗହଳରେ

     ଲୁଚି 'ବହୂ ' ଖେଳୁଥିଲୁ

ଆଜି ମୋର ଛାତି  ଫାଟି ଯାଏ ଦେଖି

     ଆଉ କା'ର ବୋହୂ ହେଲୁ ll4

ଏତେ ସମ୍ପର୍କକୁ  କେମିତି ଛିଡାଇ

     କାଟି ଦେଇଗଲୁ ଗାର

ବିଚ୍ଛେଦର ସେହି ଲକ୍ଷ୍ମଣ ରେଖାଟା

     ଲିଭୁନି ହୃଦୟୁ ମୋର ll5


Rate this content
Log in

Similar oriya poem from Romance