STORYMIRROR

Trushna Das

Comedy Children

3  

Trushna Das

Comedy Children

ଲିପଷ୍ଟିକ

ଲିପଷ୍ଟିକ

1 min
213

ଆଜି ବି ମନେ ପଡିଲେ   

ହସ ଲାଗେ ମୋତେ 

ପିଲାଦିନର ଅଭୂଲା ସ୍ମୃତି ସେ ଯେ 

ମୋ ପିଲା ଦିନର ସାଙ୍ଗ ଲିଲିର କଥା ପଦେ। 


ଲିଲି ଥିଲା ଭାରି ଷ୍ଟାଇଲବାଲି  

ଆସୁ ଥାଏ ବିଦ୍ୟାଳୟ ହୋଇ ଫେସନବାଲି

ତା ମାଆକୁ ଦେଖେ ସଜ ହେବାର 

ସଜ ହୋଇ ମାଆ ଦେଖା ଯାଆନ୍ତି ସୁନ୍ଦର 

ମାଆକୁ ସଜ ଜିନିଷ ମାଗିଲେ କୁହନ୍ତି ବୟସ ହୋଇନି ତୋର।


ଲିଲି ମନ ହେଉ ଥାଏ ବ୍ୟାକୁଳ

ଦିନେ ନା ଦିନେ ସଜ ହୋଇ ଆସିବ ବିଦ୍ୟାଳୟ

ନିତି ମାଆଙ୍କ ଫେସନ ଦେଖି

ମନେ ସ୍ଥିର କରୁ ଥାଏ ଦିନେ ହେବ ସେ ରଜ କୁଇନ।


ଦିନେ ବାପା ଆଣିଛନ୍ତି ଲାଲି ମାର୍କର ଲିଲିକୁ ଲାଗିଲା ଲିପଷ୍ଟିକ 

ଓଠରେ ଲଗାଇଲା ମାର୍କରକୁ ଭାବି ଲିପଷ୍ଟିକ 

ଲିଲି ଖୁସି ହୋଇ ବିଦ୍ୟାଳୟକୁ ଗଲା ଗୀତ ଗାଇ ଗାଇ।


ଖାଇବା ଛୁଟିରେ ଲିଲି ମୁହଁ ଧୋଇଲା

ମୁହଁ ଚାରିଆଡ଼େ ମାର୍କର ଛାଡି ଲାଗିଗଲା

ଲିଲି ପାତି ମାଙ୍କଡ ପରି ଦେଖାଗଲା

ତାକୁ ଦେଖି ସବୁ ପିଲା ହସି କଲେ ତାର ଥଟ୍ଟା। 


ଶେଷରେ ଏ କଥା ବିଦ୍ୟାଳୟର ଶିକ୍ଷୟିତ୍ରୀ ଜାଣି 

ସେ ଲିଲିକୁ ଡାକି ତାକୁ ବୁଝାଇ

ତା ବାପା ମାଆଙ୍କୁ ଡାକି

ପିଲା ପଢା ପାଇଁ ଧ୍ୟାନ ଦେବାକୁ ପରାମର୍ଶ ଦେଇ

ଲିଲିକୁ କହିଲେ ଫେସନ ଛାଡି ଆଗ୍ରହ ଦେବାକୁ ପଢା ପାଇଁ। 


ସେ ଦିନ ପାଖରୁ ଲିଲି ଫେସନ ଛାଡି ହୋଇ ଗଲା ପରିବର୍ତ୍ତନ 

ପାଠ ପଢିବା ଦେଲା ମନ

ପରୀକ୍ଷାରେ ରଖିଲା ଉତ୍ତମ ନମ୍ବର 

ହୋଇଲା ପ୍ରିୟ ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy