STORYMIRROR

Dr Baman Chandra Dixit

Classics

3  

Dr Baman Chandra Dixit

Classics

ଲେଉଟା ମଧ୍ୟାହ୍ନ

ଲେଉଟା ମଧ୍ୟାହ୍ନ

1 min
279


ସୀମା ହୀନ ଅପେକ୍ଷା ର ଇତି ଗାଥା ଗାଇ

ଆନନ୍ଦ ଅସୀମ ଦେଇ ଚିତ୍ତ ତୃପ୍ତ କରି

ଆସିଲ ଫଗୁଣ ଧୋଇ ନିଦାଘ ର ପୀଡ଼ା

କି ଅରପି କରିବି ମୁଁ ତବ ଅଭ୍ୟର୍ଥନା ।

ତଥାପି ଆଶା ଅନେକ ଅନେକ ଆବେଗ

ଗଛିତ ଆକ୍ରୋଶ ଆଉ ଆଖି ଭରା ଲୁହ

ତୁମ ପାଇଁ ଜାଣି ଶୁଣି ସାଇତି ନଥିଲି

ମାତ୍ର ଏକତ୍ରିତ ଆଜି ସମସ୍ତ ପିପାଷା

ଉପସମିତ ତୁମ ପ୍ରୀତି ସ୍ପର୍ଶ ଲାଭ କରି,

ଘେନ ପ୍ରିୟତମ ମମ ପ୍ରୀତି ପୁଷ୍ପାଞ୍ଜଳି।


ପୁଷ୍ପଲତା ମାତ୍ର ମୋର କୁଶୁମିତ ମୋହ 

ପ୍ରସ୍ଫୁଟିତ ହେବାର ସେ କାମନା ସମୂହ

ସଞ୍ଚି ରଖିବାର ଯେତେ ମୁର୍ମୁଶୁ ପ୍ରୟାସ

ଆଶା ର କ୍ଷୀଣତମ ଛାଇ ଆଲୁଅ ରେ

ପ୍ରତୀକ୍ଷା ପ୍ରଭାତ କ୍ଷତ,ମଉଳା ମଧ୍ୟାହ୍ନ

ତଥାପି ଜାଜ୍ୱଲ୍ୟମାନ ଆଶା ଦୀପ ନେଇ

ଆଗମନୀ ଅର୍ଘ୍ୟ ଥାଳି ତୋଳି ବେନି କରେ

ନିରନ୍ତର ପ୍ରତୀକ୍ଷା ମୋ ଅନ୍ତ ହୀନ ଆଶା

ଉଦ୍ଭାଷିତ ହେଲା ତବ ସଙ୍ଗ ଲାଭ କରି

ଘେନ ପ୍ରିୟତମ ମମ ପ୍ରୀତି ପୁଷ୍ପାଞ୍ଜଳି।


ଉତ୍ତାଳା ତରଙ୍ଗ ଯେହ୍ନେ ଲୋଟି ଯାଏ କୂଳେ

ଶୋଇ ଯିବି ପ୍ରିୟତମ ତୋଳି ନିଅ କୋଳେ।

ଦ୍ରବିଭୂତ ମୋହ ମୋର ଘନୀଭୂତ କୋହ,

ଢାଳି ଦେବି ତବ ବକ୍ଷେ ଢଳି ଯିବା ଯାଏ।

ତୋଳି ନେବ ଯଦି ଲବେ ଲଭିବି ଆସ୍ୱସ୍ତି

ମଉଳା ସରାଗ ଅଙ୍ଗେ ଜୀବନ ଚାହିଁଛି।

ସଂଜୀବନି ସାଜି ଆଜି ଆସିଛ ଜୀବନେ

ଲେଉଟା ମଧ୍ୟହ୍ନେ ତୁମ ଆଗମନୀ ଗୀତି;

ତୃପ୍ତି ପ୍ରଦାୟିନୀ ପ୍ରେମ ସଂଜୀବନି ବାରି

ଘେନ ପ୍ରିୟତମ ମମ ପ୍ରୀତି ପୁଷ୍ପାଞ୍ଜଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics