STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଲେଖୁଛି ଅଳପ ଭାବୁଛି ବେଶୀ

ଲେଖୁଛି ଅଳପ ଭାବୁଛି ବେଶୀ

1 min
219


ସଂସାରର ଦୁଃଖ ଯାତନାକୁ ଦେଖି

ଅଳପ ଲେଖୁଛି ବେଶୀ ଭାବୁଛି,

କି ଲାଭ ହୋଇବ ଲେଖିଲେ ସେସବୁ

ପାଠକ ଦିଶନ୍ତି ଅଳପ କିଛି l

କଵିର ମରମ ଦହି ହୋଇଯାଏ

ସମାଜିକ ଅବ୍ୟବସ୍ଥା କୁ ଲକ୍ଷି ,

ତେଲିଆ ମୁଣ୍ଡରେ ତେଲ ଢଳା ହୁଏ

ଗରିବ ଜନତା କାନ୍ଦଇ ଦେଖି l

କାହାର ବାହାରେ ଦଶ ବାର କୋଠା

କାହାର ନଥାଏ ଚାଳ ଛପର,

କିଏ ଭାସୁଥାଏ କ୍ଷୀରି ପୂରୀ ଖାଇ

କା ଭାଗ୍ୟେ ନଥାଏ ବାସି ପଖାଳ l

ରକ୍ଷକ ଏଠାରେ ଭକ୍ଷକ ସାଜନ୍ତି

ସ୍ବେଛାଚାରିତାର ଶାସନ ଚାଲେ,

ଭୋଟଟିଏ ପାଇଁ କେତେ ଷଡ଼ଯନ୍ତ୍ର

କେତେ ଗୋଟି ଖେଳ ନିତି ଚଳେ l

ଅସହାୟ ଆଜି ବୃଦ୍ଧ ପିତା ମାତା

ବୃଦ୍ଧାଶ୍ରମେ କାହିଁ କାଟନ୍ତି କାଳ,

ନିଜ ପିଲାମାନେ ଭଗାରୀ ସାଜନ୍ତି

ଆଖିର ଲୁହ ଟି ଏକା ସମ୍ବଳ l

ଲୋକ ଲଜ୍ଜା ଛାଡି ନାରୀ ମାନେ ଏବେ 

ସ୍ୱଳ୍ପ ପୋଷାକ କୁ ଆଦରି ଥାନ୍ତି,

ନିଜର ସମ୍ମାନ ନିଜେ ରଖିବାକୁ

ଏବେକା ଯୁଗରେ ଭୁଲିଯାଆନ୍ତି l

କନ୍ୟା ସନ୍ତାନ ଅଲୋଡ଼ା ଅଖୋଜା

ସହୁଥାଏ ସମାଜରେ କଷଣ,

ଜନ୍ମ ହେଲାଠାରୁ ବଡ଼ ହେବାଯାଏ

ବିପଦରେ ଥାଏ ତାଙ୍କ ଜୀବନ l

ବ୍ୟଥିତ ହୃଦୟେ କଣ ବା ଲେଖିକି 

ସୁଧାର କରିବା ସମାଜ ଟିକୁ,

ଭାବୁଥାଏ ବସି କବିର ହୃଦୟ

ଲେଖନୀ ରେ ଭରିକିଛି କଥା କୁ ll

ଫକୀର ମୋହନ ଲେଖିଲେ ରେବତୀ

ନାରୀ ଶିକ୍ଷା ର ସୁଧାର ପାଇଁ,

ଆମେ କିବା ଛାର କଣ ବା ଲେଖିବା

ସମାଜ ସଂସ୍କାର ଉଦ୍ଦେଶ୍ୟ ନେଇ ll


Rate this content
Log in

Similar oriya poem from Inspirational