ଲେଖୁଛି ଅଳପ ଭାବୁଛି ବେଶୀ
ଲେଖୁଛି ଅଳପ ଭାବୁଛି ବେଶୀ
ସଂସାରର ଦୁଃଖ ଯାତନାକୁ ଦେଖି
ଅଳପ ଲେଖୁଛି ବେଶୀ ଭାବୁଛି,
କି ଲାଭ ହୋଇବ ଲେଖିଲେ ସେସବୁ
ପାଠକ ଦିଶନ୍ତି ଅଳପ କିଛି l
କଵିର ମରମ ଦହି ହୋଇଯାଏ
ସମାଜିକ ଅବ୍ୟବସ୍ଥା କୁ ଲକ୍ଷି ,
ତେଲିଆ ମୁଣ୍ଡରେ ତେଲ ଢଳା ହୁଏ
ଗରିବ ଜନତା କାନ୍ଦଇ ଦେଖି l
କାହାର ବାହାରେ ଦଶ ବାର କୋଠା
କାହାର ନଥାଏ ଚାଳ ଛପର,
କିଏ ଭାସୁଥାଏ କ୍ଷୀରି ପୂରୀ ଖାଇ
କା ଭାଗ୍ୟେ ନଥାଏ ବାସି ପଖାଳ l
ରକ୍ଷକ ଏଠାରେ ଭକ୍ଷକ ସାଜନ୍ତି
ସ୍ବେଛାଚାରିତାର ଶାସନ ଚାଲେ,
ଭୋଟଟିଏ ପାଇଁ କେତେ ଷଡ଼ଯନ୍ତ୍ର
କେତେ ଗୋଟି ଖେଳ ନିତି ଚଳେ l
ଅସହାୟ ଆଜି ବୃଦ୍ଧ ପିତା ମାତା
ବୃଦ୍ଧାଶ୍ରମେ କାହିଁ କାଟନ୍ତି କାଳ,
ନିଜ ପିଲାମାନେ ଭଗାରୀ ସାଜନ୍ତି
ଆଖିର ଲୁହ ଟି ଏକା ସମ୍ବଳ l
ଲୋକ ଲଜ୍ଜା ଛାଡି ନାରୀ ମାନେ ଏବେ
ସ୍ୱଳ୍ପ ପୋଷାକ କୁ ଆଦରି ଥାନ୍ତି,
ନିଜର ସମ୍ମାନ ନିଜେ ରଖିବାକୁ
ଏବେକା ଯୁଗରେ ଭୁଲିଯାଆନ୍ତି l
କନ୍ୟା ସନ୍ତାନ ଅଲୋଡ଼ା ଅଖୋଜା
ସହୁଥାଏ ସମାଜରେ କଷଣ,
ଜନ୍ମ ହେଲାଠାରୁ ବଡ଼ ହେବାଯାଏ
ବିପଦରେ ଥାଏ ତାଙ୍କ ଜୀବନ l
ବ୍ୟଥିତ ହୃଦୟେ କଣ ବା ଲେଖିକି
ସୁଧାର କରିବା ସମାଜ ଟିକୁ,
ଭାବୁଥାଏ ବସି କବିର ହୃଦୟ
ଲେଖନୀ ରେ ଭରିକିଛି କଥା କୁ ll
ଫକୀର ମୋହନ ଲେଖିଲେ ରେବତୀ
ନାରୀ ଶିକ୍ଷା ର ସୁଧାର ପାଇଁ,
ଆମେ କିବା ଛାର କଣ ବା ଲେଖିବା
ସମାଜ ସଂସ୍କାର ଉଦ୍ଦେଶ୍ୟ ନେଇ ll
