STORYMIRROR

Chittaranjan Nanda

Abstract Action Inspirational

4  

Chittaranjan Nanda

Abstract Action Inspirational

ଲେଖକର ଧର୍ମ

ଲେଖକର ଧର୍ମ

1 min
292


ହୋଲି, ହୋଲି ଆସିଛି, ଖେଳିବା ଆସ 

ସାହିତ୍ୟିକ ସାଙ୍ଗ ଏକତ୍ର ହୋଇରେ

ଭୁଲିଣ ଦ୍ବେଷ, ପ୍ରଗତିର ଅବିର ପିଚକାରୀକୁ 

ଖେଳିବା ରଙ୍ଗଭରା ହସ ଖୁସିରେ ।୧।


କାହାଣୀ, ପ୍ରବନ୍ଧ, ଗୀତ, ଉପନ୍ୟାସ, 

ଲେଖକ ଯିଏ, ସେ ସବୁ ଲେଖନ୍ତି

ବହୁ ନୀତି ଶିକ୍ଷା ତାଙ୍କ ଲେଖା ଦ୍ଵାରା 

ସେମାନେ ସମାଜକୁ ଶିକ୍ଷା ଦିଅନ୍ତି ।୨।


ସମାଜ ପାଇଁ କଳ୍ପନା ତାଙ୍କର ବହୁତ 

ସୁନ୍ଦର, ଭାବନା ଅଟଇ ମହାନ୍ 

ସମାଜ ମଙ୍ଗଳ କରିବା ନିମିତ୍ତ ଲେଖନୀ 

ଚଳାନ୍ତି, ରଖନ୍ତି ଦେଶର ମାନ ।୩।


ଏଇତ ପ୍ରକୃତିର ଖେଳ, ଋତୁ ବଦଳେ, 

ବଦଳେ ସ୍ଵରୂପ ତ ଏହି ଧରାର

ଲେଖୁଥିବା ଲେଖା ଭାବନାରେ ଲେଖକ, 

ଅବିରତ କଳ୍ପନା ବଦଳେ ତାର  ।୪।


ଲେଖକ ଜୀବନ, ସାଧନାର ପଥ, ଗର୍ବ 

ଅହଙ୍କାର ନରଖିଲେ ଅନ୍ତରେ

ସୁନାମ ମିଳିବ ନିଶ୍ଚିତ, ତାର ଉପାର୍ଜିତ 

ଜ୍ଞାନ ଖଟାଇ ଲେଖୁଥିଲେ ହୃଦୟରେ ।୫।


ଖାଦ୍ୟ ବସ୍ତ୍ର ଗୃହ ନପାଇ ଦରିଦ୍ର ଜନତା 

ଯେଉଁଠି ହା ହତାଶରେ ମରେ

ସାଧନାର ପଥ ଲେଖକ ଜୀବନ, ସେଇ

ଅବସ୍ଥା ଲେଖିଲେ ଶ୍ରେଷ୍ଠତା ଏ ସଂସାରେ ।୬।


ଠକ, ଭଣ୍ଡ, ସ୍ୱାର୍ଥପର, ସୁବିଧାବାଦୀ ଯେତେ 

ଡରାଇବେ ଅବା ଭଣ୍ଡିବେ ନିତି

ଭୀରୁ ହେଲେ ମନଟି, ନିତ୍ୟ ବହଇ କାପୁରୁଷ 

ଭାବ, ଭୟରେ ଯାଏ ଲୋଟି ।୭।


ଲେଖକ ମନରେ ସର୍ବଦା ଦିବ୍ୟ ଚେତନାର 

ଜାଗରଣ କରିବା ମାନସିକତା ରହିଅଛି

ଜାତି ଧର୍ମ ବର୍ଣ୍ଣ ଭେଦ ଭାବ ଛାଡି ଆମେ ନୂତନତାର 

ରଙ୍ଗ ନଖେଳିଲେ, ସାହିତ୍ୟର ମୂଲ୍ୟ ନାହିଁ କିଛି ।୮।


ଜୀବନେ ସତ୍ୟତା, ସଂଘର୍ଷମୟ ଲଢୁଆ ମନଟି 

ସର୍ବଦା ଲେଖକର ଲୋଡ଼ା

ଭାବ ଭାବନାରେ, ଦୃଢ ପ୍ରତିଜ୍ଞାରେ, ତାକୁ ନିଶ୍ଚିତ

ହେବାକୁ ପଡିବ ଛିଡା ।୯।


ମିଥ୍ୟା, ଛଳନା, ପ୍ରବଞ୍ଚନା, ପ୍ରତାରଣା ଚିର ଶତ୍ରୁ 

ହୋଇ କରିଥାଏ ଦାଉ

ମନରେ ପ୍ରତିବାଦର ଅଭାବେ, ସେମାନେ କରିବେ 

ଉତୁ୍ପାତ, ବଢ଼ାଇ ନିଜର ଭାଉ ।୧୦।


ଡରି, ଥରି, ସନମାନ ପାଇଁ ଯଦି ଲେଖିବ ଲେଖକ

ଅନ୍ୟାୟ, ଅନୀତିର କଥା

ଝୁଣାମରା ବାବୁ, ଝୁଣି ଖାଉଥିବେ, ଲେଖକର ତାଂକ

ଦଗାରେ ଜଳିବ ଚିତା ।୧୧।


ଲେଖନୀର ମହତ ରହେ ତା ଆଲୋକ ଦାନରେ 

ଲେଖା ଲାଗେ ଦିବ୍ୟ ମନୋହର

ଲେଖନୀ ମାଧ୍ୟମେ ସମାଜ ହୁଅଇ ରକ୍ଷା, ଦେଶ

ଟେକ ରହେ, ହସଇ ସାରା ସଂସାର ।୧୨।


ରଙ୍ଗତୂଳୀ ଧରି ସଭିଏଁ ଆଙ୍କନ୍ତୁ ଲେଖାରେ ଦେଶ 

ଭିତର ଦୁଃଖ ରଙ୍ଗିଲାର ଚିତ୍ର

ଲେଖନୀରେ ଫୁଟିଉଠୁ ଗୋଟିଏ ଶବ୍ଦ ସାମାଜିକ

ନ୍ୟାୟ, ସର୍ବେ ହୁଅନ୍ତୁ ଏକତ୍ର ।୧୩।


Rate this content
Log in

Similar oriya poem from Abstract