STORYMIRROR

pranati Mahapatra

Abstract

2  

pranati Mahapatra

Abstract

ଲଢେ଼ଇ

ଲଢେ଼ଇ

1 min
140

କେତେ କେତେ ସ୍ଵପ୍ନ ଦେଖିଥିଲି ମୁହିଁ

   ଜନମଠୁ ଆଜିଯାଏ,

ପତର ପରି ସେ ସୁଅ ମୁହେଁ ଗଲା

   ଭାବି ନିତି କାନ୍ଦୁଥାଏ


ଶୋଇ ଶୋଇ ସ୍ଵପ୍ନ ଦେଖି ମୁଁ ନ ଥିଲି

  ମୋ ସ୍ୱପ୍ନ ଶୋଇ ଦିଏ ନାହିଁ,

ସଂଘର୍ଷ କରି ମୁଁ କରୁଥିଲି କର୍ମ

   ହେଲେ ଭାଗ୍ୟ ସାଥି ହୁଏ ନାହିଁ


ଅକର୍ମଣ୍ୟ ନୁହେଁ କର୍ମ ପଥେ ଧାଏ

    ସତ୍ୟ ଧରମକୁ ଧରି,

ସେଥିପାଇଁ ଆଜି ହୁଏ ଲୋକହସା

    ମୁଁ ନୁହେଁ କାଳେ କାହା ପରି


ଛନ୍ଦମାୟା ହୀନ ସରଳ ନିରୀହ

     ସଭିଙ୍କୁ କରେ ବିଶ୍ଵାସ,

ସୁଯୋଗ ଉଠାନ୍ତି ଅଧାବାଟେ ଛାଡି

      ହୁଏ ମୁଁ ଅଣନିଶ୍ଵାସ


ସ୍ଵପ୍ନକୁ କେମିତି କରିବି ପୂରଣ 

       ସବୁଠି ତ ବାଧାପ୍ରାପ୍ତ,

ଏମିତି କେବେ ତ ଛାଡିବି ନିଶ୍ଵାସ

       ହୋଇଯିବି ଅତୃପ୍ତ


ଭାଗ୍ୟ ସାଥେ ସଦା ଲଢେ଼ଇ ମୁଁ କରେ

  ମୁ ହାରେ ଭାଗ୍ୟ ଜିତେ,

ଲଢେ଼ଇ କରିବି କରୁଥିବି ନିଶ୍ଚେ

   ଥିବି ଯେତେ ଦିନ ମର୍ତ୍ତ୍ୟେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract