The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Prasanna Kumar Madala

Tragedy

3  

Prasanna Kumar Madala

Tragedy

ଲାଗିଲା ଝିଅର ରାଣ

ଲାଗିଲା ଝିଅର ରାଣ

1 min
195


ଆମରି ଝିଅର   କଳ୍ପନାର ପାଦେ

ସ୍ୱପ୍ନର ନୂପୁର ବାଜେ

ଏହି ଆଶା ତା'ର  ଅଧୁରା ରହିଲେ

କାହାକୁ କହିବା ଲାଜେ ?


ଲାଳନପାଳନ   କରିଛେ ଏଯାଏଁ

ଅଭାବରେ ସିନା ରହି

ବାପା ତା'ର ଜଣେ ମଦୁଆ ଜାଣିଲେ

ପାରିବ କି ସିଏ ସହି !


କେମିତି ଭୁଲିବି  ମୋର ବାପା ମଧ୍ୟ

ପିଉଥିଲେ ବୋଲି ମଦ

ଘରୁ ବାହାରିଲେ  ଶୁଣୁଥିଲି ଯେତେ

ଘୃଣ୍ୟ ତିରସ୍କାର ପଦ ।


ପର୍ବପର୍ବାଣୀରେ ଆବଶ୍ୟକତା ମୋ'

ପୂରଣ କରିବା କଥା

ପ୍ରତିଥର ଶୁଣେ  ବଦଳେନି କେବେ

ଅଭାବେ ଚଳିବା ପ୍ରଥା ।


ଘର ପ୍ରତି ତାଙ୍କ  ନିଘା ବି ନଥାଏ

ପିଇଲେ ଖେଳନ୍ତି ଜୁଆ

ଏକା ପୋଷାକରେ ବର୍ଷ ବିତେ ମୋର

ଧୋଇଲେ ଭାବଇ ନୂଆ ।


ଅନ୍ୟ କେହି ଝିଅ  ନିଜ ବାପା ପାଇଁ

ଗର୍ବ କରି ଯେବେ କହେ

ଆଖିର ଲୁହକୁ  ଆଖିରେ ଜକେଇ

ଉଦାସିନୀ ଭଳି ରହେ ।


ସୁଧାରିବା ପାଇଁ  ହାତ ପାଦ ଧରି

କରୁଥିଲୁ ସିନା ଅଳି

ଲୁହରେ ଭସାଇ  ଚାଲିଗଲେ ତାଙ୍କ

କଲିଜା ଯିବାରୁ ଜଳି ।


ତୁମେ ତାଙ୍କ ଭଳି  ଜଳାଇ ନିଜକୁ

ନାଶୁଅଛ ତିଳେ ତିଳେ

ଭବିଷ୍ୟେ ଅନାଇ  ପାଞ୍ଚିଛ କି ଥରେ

କିସ ଯେ' ଏଥିରୁ ମିଳେ ।


ମନ ଦୃଢ କରି   ମଦ ଛାଡିଦିଅ

ଲାଗିଲା ଝିଅର ରାଣ

ସେହି ପଇସାରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ

ନିୟମିତ ପଛେ ଆଣ ।



Rate this content
Log in

More oriya poem from Prasanna Kumar Madala

Similar oriya poem from Tragedy