STORYMIRROR

Chinmayee Sahoo

Tragedy

3  

Chinmayee Sahoo

Tragedy

ଲାଗି ଛାନିଆ

ଲାଗି ଛାନିଆ

1 min
246


ଯେଉଁ ଅନ୍ତରଟି ଥିଲା ମୋର ଅନ୍ତ'ପୁର।

ଦଶମାସ ରହିଥିଲି ଅନ୍ତରେ ତା'ହାର।


ଅନ୍ତଚିରି କଲା ଯେବେ ତା'ଠାରୁ ଅନ୍ତର

ଦେଖିଲି ଏ ଦୁନିଆକୁ ହେଲା ସିଏ ଦୂର।


ଦୂର ହେଲେ କିସ ହେଲା ହୃଦରୁ ଅ'ନ୍ତର

କେବେ କରିନାହିଁ ମୋତେ ସେ ଯେ, ମାଆ ମୋର।


ଯେଉଁ ମୁଖ ସର୍ବ ଶୁଭ ଠାରୁ ବଳି ଶୁଭ

ସେ ମୁଖ ଦର୍ଶନେ ତୁଚ୍ଛ ସଂସାର ବୈଭବ।


ଯେଉଁ ହାତ ଧରି ମୁହିଁ ଶିଖିଥିଲି ଚାଲି

ଯା' କୋଳ ସରଗପୁର ଗଲା ସିଏ ଚାଲି।


ନିଜେ ନଖାଇ ଯିଏ ସଞ୍ଚୁଥିଲା ଦ୍ରବ୍ୟ

ମନଜାଣି ଦେଉଥିଲା ସ୍ୱାଦୁ ଯେ ଦୁର୍ଲଭ।


ତା'ହାତ ରନ୍ଧାଟି ସତେ ଅମୃତ ସମାନ

ମୋ ପାଇଁ ସେ ସାକ୍ଷାତ ଚଳନ୍ତି ଭଗବାନ।


କେତେ ସ୍ୱପ୍ନ ଦେଖିଥିଲା ମୋ ପାଇଁ ସରାଗେ

ବିପଦ ପଡିଲେ ଯିଏ ଢାଳ ହୁଏ ଆଗେ।


 ମୁଁ ଅଭାଗା କେମିତି ସେ ମୁଖେ ଦେବି ନିଆଁ 

ଭାବି ଭାବି ମାଆ କଥା ଲାଗଇ ଛାନିଆ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy