STORYMIRROR

Kalandi pal

Abstract

4  

Kalandi pal

Abstract

ଲାଗେ ସବୁ ଅଧା ଅଧା

ଲାଗେ ସବୁ ଅଧା ଅଧା

1 min
370


ସପତ ବ୍ରହ୍ମାଣ୍ଡ     ଅଟେ ତୁମ ପିଣ୍ଡ

     ତୁମେହିଁ ଶ୍ରେଷ୍ଠ ପୁରୋଧା

କାହିଁକି କେଜାଣି    ଏ ମନ ବୁଝେନି

     ସବୁ ଲାଗେ ଅଧା ଅଧା ।0।


ସତ୍ୟରେ ନୃସିଂହ  ଅଧା ପଶୁ ଦେହ

     ମାନବ ଶରୀର ଅଧା

ପର୍ଶୁରାମ ରୂପେ   ଏ ଧରଣୀ ବକ୍ଷେ

     କରିଲ କ୍ଷତ୍ରିୟ ପଦା

ତେଜି ରାଜ ପଦ  ବୋଲାଇଲ ବୁଦ୍ଧ

    ସଂସାର ନ ଦେଲା ବାଧା ।୧।


ତ୍ରେତୟାରେ ସୀତା ମାତାଙ୍କୁ ତେଜିଲ

     ଦ୍ଵାପରେ ତେଜିଲ ରାଧା

ଦାରୁବ୍ରହ୍ମ ହେଲ    ସଂସାର ଗଢ଼ିଲ

     ନିଜେ ରହିଗଲ ଅଧା

ସେ ଅଧା ଦେହରେ କି ଭାବ ଅଛିରେ

     ଜଗତ ପଡ଼ିଛି ବନ୍ଧା ।୨।



Rate this content
Log in

Similar oriya poem from Abstract