ଲାବଣ୍ୟମୟୀ ମୌସୁମୀ
ଲାବଣ୍ୟମୟୀ ମୌସୁମୀ
ଲାବଣ୍ୟମୟୀ ମୌସୁମୀ ଗୋ ତୁମେ
ଧରାବତରଣ କର
ସ୍ୱତନ୍ତ୍ର ଶବ୍ଦର ଅପୂର୍ବ ତରଙ୍ଗେ
ପ୍ରକୃତି ସନ୍ତାପ ହର ।
ବାଜିଉଠୁ ତୁମ ଆଗମ ଦୁନ୍ଦୁଭି
ଚପଳା ଦେଉ ଆଲୋକ
ଜୀବ ଜଗତରେ ଆଶାର ଆଲୋକ
ତୁମେ ଯେ ଖେଳାଇ ଦିଅ।
ଲାବଣ୍ୟମୟୀ ଗୋ ଶାନ୍ତି ପ୍ରଦାୟିନୀ
ଗ୍ରୀଷ୍ମ ତାପ ପରି ନିଅ
ପୃଥିବୀ ରାଣୀକୁ ତୁମରି ପରଶେ
କର ହେ ଲାବଣ୍ୟମୟ ।
ଲାବଣ୍ୟମୟୀ ଗୋ ଝର୍ ଝର୍ ନିନାଦେ
ମନେ ଗୁଞ୍ଜରଣ ତୋଳ
ତୁମ ପରଶ ରେ ଜୀବ ଜଗତରେ
ସବୁଜତା ଭରିଦିଅ ।
ଲାବଣ୍ୟମୟୀ ଗୋ ତୁମ ଆଗମନେ
ମୟୂର ନାଚେ ଉଲ୍ଲାସେ
ଅଭିନବ ତାର ନୃତ୍ୟ ସୌନ୍ଦର୍ଯ୍ୟରେ
ତୁମକୁ ସ୍ଵାଗତ କରେ ।
ଲାସ୍ୟମୟୀ ଗୋ ହାସ୍ୟମୟୀ ଗୋ
ଶାନ୍ତି ପ୍ରଦାୟିନୀ ମୌସୁମୀ
ତୁମ ଆଗମନେ ମୌସୁମୀ ଗୋ ଦେଖ
କୃଷକ ଯେ ଆଶା ବାଦୀ ।
ଲାବଣ୍ୟମୟୀ ଗୋ ତୁମରି ପରଶେ
ସବୁରି ସନ୍ତାପ ହର
କର୍ମ ପ୍ରେରଣାର ବାରତା କୁ ନେଇ
ପ୍ରତିକାନେ କହୁ ଥାଅ ।
ଲାବଣ୍ୟ ମୟୀ ଗୋ ତୁମରି ପରଶେ
ଶୁଷ୍କ ତରୁ କଅଁଳିବ
ତୁମ ଭାବେ ଭାସି କୃଷକ ତାହାର
କର୍ମକ୍ଷେତ୍ରେ ବାହାରିବ ।
ତୁମରି ପରଶେ ତା କ୍ଷେତ ହସିବ
ଆନନ୍ଦ ପରଶ ଦେବ
ପ୍ରକୃତି ମାତା ତା ଉପୁଜାକୁ ନେଇ
ଭାବମୟ ହେଉଥିବ ।
ତୁମରି ପରଶେ ଏହି ଧରା ହେଉ
ସବୁଜ ଶକ୍ତିରେ ଭରା
ସବୁଜ ମନ ଯେ କର୍ମ କର୍ତ୍ତବ୍ଯରେ
ହେଉଥାଉ ଯେ ମୁଖ୍ୟରା ।
ତୁମରି ଆଗମେ ରୁକ୍ଷ ଶୁଷ୍କ ଧରା
ହୋଇ ଉଠୁ ଚରୁଶୀଳା
ପ୍ରତି ମନେ ଦିଅ ଶାନ୍ତିର ବାରତା
ହେ ମୌସୁମୀ ଗତିଶୀଳା ।
ସ୍ନିଗ୍ଧ ପରଶେ ଲାସ୍ୟମୟୀ ରୂପେ
ମୁଗ୍ଧ କର ଜଗତକୁ
ଲାବଣ୍ୟ ମୟୀ ଗୋ ଆଶାର ଆଲୋକେ
ଆଲୋକିତ କର ଏ ଧରାକୁ ।
ଅପୂର୍ବ ଛନ୍ଦରେ ଓହ୍ଲାଇ ଆସ ଗୋ
ଶୁଷ୍କ ପୁଷ୍କରିଣୀ ଭରୁ
ଶୁଷ୍କ ପରାଣରେ ଝର୍ ଝର୍ ନାଦରେ
ଜୀବନ ସଞ୍ଚାର ହେଉ ।
ସବୁଜ ସଞ୍ଚାରୀ ଆଶାର ଦିପାଳୀ
ଲାବଣ୍ୟ ମୟୀ ମୌସୁମୀ
ଶାନ୍ତି ପ୍ରଦାୟିନୀ କାନ୍ତି ପ୍ରଦାୟିନୀ
ତୁମେ ପ୍ରେମ ପ୍ରଦାୟିନୀ।
ଓହ୍ଲାଇ ଆସ ଗୋ ସବୁଜ ଶୀଢୀ ରେ
ଧରାକୁ ମଣ୍ଡିତ କର
ପ୍ରତି ଜୀବନକୁ ଆସ୍ଥା ର ଆଲୋକେ
ଆଲୋକିତ କରିଦିଅ ।