Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Romance Action

4.0  

Kshitish Jena

Abstract Romance Action

କ୍ୟାଲେଣ୍ଡର

କ୍ୟାଲେଣ୍ଡର

1 min
248



ନୂଆବର୍ଷ ପରା ନଆସୁଣୁ ଭାଇ

କ୍ୟାଲେଣ୍ଡର ଆସିଯାଏ

କୌଣସି ଜିନିଷ କିଣିଲେ ସେଥିରେ

କ୍ୟାଲେଣ୍ଡର ମିଳିଥାଏ ।


ଲୁଗା ଦୋକାନୀ ବା ସିମେଣ୍ଟ ଦୋକାନୀ

ନିଜ ଦୋକାନ ନାମରେ

କ୍ୟାଲେଣ୍ଡର ପରା ପ୍ରସ୍ତୁତ କରନ୍ତି

ବାଣ୍ଟନ୍ତି ନୂଆବର୍ଷରେ ।


ନୂତନ ବରଷ ଆସିଲେ ଯେକେହି

କିଣି ନୂଆ କ୍ୟାଲେଣ୍ଡର

ଘରର ଗୋଟିଏ କୋଣରେ ଟାଙ୍ଗନ୍ତି

ଦେଖିଥା'ନ୍ତି ଓଷାବାର ।


ବାର ଓ ତାରିଖ ଅବା ଛୁଟି ଦିନ

ଦେଖିଥାଉ କ୍ୟାଲେଣ୍ଡରୁ

ବାରମାସ ନେଇ କ୍ୟାଲେଣ୍ଡର ସୃଷ୍ଟି

ଦେଖି ନିତ୍ୟ କାର୍ଯ୍ୟ କରୁ ।


ଶିକ୍ଷାନୁଷ୍ଠାନ ଓ ଅଫିସ୍ ବା ଘର

ପ୍ରତିଟି ସ୍ଥାନରେ ଭାଇ

ଆବଶ୍ୟକ ଯୋଗୁଁ ପ୍ରାୟତଃ ସବୁଠି

କ୍ୟାଲେଣ୍ଡର ଝୁଲୁଥାଇ ।


କ୍ୟାଲେଣ୍ଡର ଯେବେ ଦେଖୁ ପୁରାତନ

ଦିନ କିଛି ମନେ ପଡ଼େ

କିଛି ମିଠା କିଛି ଖଟା ସ୍ମୃତି ଭାବି

ଆଖିରୁ ଲୋତକ ଗଡ଼େ ।


ନୂଆ କ୍ୟାଲେଣ୍ଡର ହୁଅଇ ପୁରୁଣା

ସଂସାର ନିୟମ ଇଏ

ସମୟ କାହାକୁ ଅପେକ୍ଷା କରେନି

ଦିନୁଦିନ ଗଡ଼ିଯାଏ ।


ଆଖିବୁଜି ଆଖି ଖୋଲିଲା ବେଳକୁ

କାଲି ଶିଶୁ ଆଜି ବୁଢ଼ା

ପ୍ରତିଟି ମୂହୁର୍ତ୍ତ ଆନନ୍ଦରେ କାଟ

ଯୌବନ ଅଣଲେଉଟା ।



Rate this content
Log in

Similar oriya poem from Abstract