STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କ୍ୟାଲେଣ୍ଡର

କ୍ୟାଲେଣ୍ଡର

1 min
426


ଟଙ୍ଗା ହୋଇଥାଏ କ୍ୟାଲେଣ୍ଡରଘରେ ଅତି ଉପଯୋଗୀ ଏହୁ,

ରହିଛି ମହତ୍ତ୍ଵ ଦ୍ରୁତ ଦୁନିଆରେ |

ଅତି ଆବଶ୍ୟକ ଏହୁ।


ନଜର ପଡିଲେ ଦିନର ମହତ୍ତ୍ଵ ବୁଝି ହୁଏ ଏହା ଦ୍ବାରା,

କାର ଜନ୍ମଦିନ କେଉଁ ତାରିଖରେ

ରହିଛି ମହତ୍ତ୍ଵ ସାରା।


ମହାପୁରୁଷଙ୍କ ଜନ୍ମ ଜୟନ୍ତୀର ସଠିକ ଖବର ମିଳେ,

ଶ୍ରଦ୍ଧାଞ୍ଜଳି ତାଙ୍କ ଭକ୍ତିପୂତ ଚିତେ

କ୍ୟାଲେଣ୍ଡର ଦ୍ବାରା ମିଳେ।


ପର୍ବ ପାର୍ବଣର ସଠିକ ଖବର ବିଳେ ଭାଇ କ୍ୟାଲେଣ୍ଡରୁ,

ପାଳିତ ହୁଏଟି କ୍ୟାଲେଣ୍ଡର ଦ୍ବାରା

ସବୁ ହୁଏ କ୍ୟାଲେଣ୍ଡରୁ।


ଜୀବନ ଯାତ୍ରାରେ ମହତ୍ତ୍ଵ ଅଟେଟି ଅଟେ ସର୍ବୋପରି ଗୃହେ,

ତିଥି ବାର ସବୁ ଅନୁଯାୟୀ ହୁଏ

ପାଳିତ ହୁଏଟି ଗୃହେ।


ମହତ୍ତ୍ୱପୂର୍ଣ୍ଣ ଟି କ୍ୟାଲେଣ୍ଡର ପରା ଅତି ଉପଯୋଗୀ ଏହୁ,

ଟଙ୍ଗା ହୋଇ ଥାଏ ସମସ୍ତଙ୍କ ଗୃହେ

ଜୀବନ ଯାତ୍ରାରେ ଏହୁ।


ଜ୍ଞାନର ପ୍ରଦୀପ କ୍ୟାଲେଣ୍ଡର ପରା ମନୁଷ୍ୟ ଜୀବନେ ଏହୁ

ସଠିକ ଖବର ଦିଏ କ୍ୟାଲେଣ୍ଡର

ଅତି ଆବଶ୍ୟକ ଏହୁ।


ନୂଆ ଭାରତରେ ନୂତନ ସପନ ପୂର୍ଣ୍ଣ କରେ କ୍ୟାଲେଣ୍ଡର,

ଅମୃତ କାଳରେ ଅତିହିଁ ମହତ୍ତ୍ଵ

ଦେଉଥାଏ କ୍ୟାଲେଣ୍ଡର।


ସବୁତ ରହିଛି କ୍ୟାଲେଣ୍ଡରେ ଭାଇ ଦିଏଟି ଠିକ ସନ୍ଦେଶ,

ରାଶିଫଳ ମଧ୍ୟ ଅଙ୍କିତ ତହିଁରେ

ଦିଏଟି ଶୁଭ ସନ୍ଦେଶ।


Rate this content
Log in

Similar oriya poem from Abstract