STORYMIRROR

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

କ୍ୟାଲେଣ୍ଡର

କ୍ୟାଲେଣ୍ଡର

1 min
190


କେତେ ଗରିଆନ ଆମ ସଂସ୍କୃତିରେ

ଅଟେ କ୍ଷୁଦ୍ର କ୍ୟାଲେଣ୍ଡର 

 ନବୀକରଣ ଯେ ହୋଇ ଥାଏ ଧରି 

ବାର ଟି ମାତ୍ର ପୃଷ୍ଠାର । 


ପ୍ରତି ବର୍ଷ ଥରେ ନୂଆ ରୂପେ ଆସି

ଜୀବନ ସାଥି ସବୁରି

 ମଙ୍ଗଳ କାରିଣୀ କ୍ୟାଲେଣ୍ଡର ଋଣୀ 

 ଯାଉ ଥାଏ ନିତି କରି ।


କ୍ଷୁଦ୍ର କଳେବର ମଧ୍ୟେ ଧରି ଥାଏ

ବହୁ ବିଦ୍ଧ ତଥ୍ୟ ରାଶି

ପରବ , ପର୍ବାଣୀ , କ୍ରିୟା ଅନୁଷ୍ଠ।ନ

ଶୁଭ ଦିନ , ପୁଣ୍ୟ ତିଥି ।


 ସାପ୍ତାହିକ ବାର , ତାରିଖ ଓ ଦିନ

ବର୍ଷ , ମାସ , ରାଶିଫଳ 

ନକ୍ଷତ୍ର , ପରାଗ , ଚନ୍ଦ୍ର ଗ୍ରହଣ ଓ

ପକ୍ଷ , ପିତୃ ଶ୍ରାଧ କାଳ ।


Rate this content
Log in

Similar oriya poem from Abstract