STORYMIRROR

Biswanath Nayak

Abstract

2  

Biswanath Nayak

Abstract

କୁରୁକ୍ଷେତ୍ର ----------

କୁରୁକ୍ଷେତ୍ର ----------

1 min
175

କି କଲ କି କଲ

ଆହେ ରାଜା ଧୃତରାଷ୍ଟ୍ର

ବିବେକ ରୂପୀ ବିଦୁର କଥାକୁ ନମାନି

ଅହଂତ୍ଵ ଓ ପୁତ୍ର ମୋହେ ଅନ୍ଧ ହୋଇ

ନୀରବେ ବସି ରହିଲ

ହସ୍ତୀନାର ରାଜ ସିଂହାସନେ ,

ହାତେ ଧରି ରାଜଦଣ୍ଡ

ତ୍ୟାଗ କରି ପାରିଲନି

ହିଂସା, ଦ୍ୱେଷ, ତୋର ମୋର ଭାବ,

ଅଧର୍ମ ଅନ୍ୟାୟ ରୂପୀ

ଦୁର୍ଯ୍ୟୋଧନ ହାତ ଧରି

ଛାଡ଼ିଦେଲ ଧର୍ମରୂପୀ ଯୁଧିଷ୍ଠିର ହାତ,

ଯାହାରକି ପରିଣାମ

କୁରୁକ୍ଷେତ୍ର ରଣ ଆଉ

ରକତର ନଦୀ ସନ୍ତରଣ

ତୁମେ ସିନା ଚାଲିଗଲ

ଇତିହାସେ ଯୋଡ଼ି ଦେଇ

ଆତ୍ମୀୟ ସ୍ଵଜନ ରକ୍ତେ

ଲେଖା ଏକ କଳଙ୍କିତ ପୃଷ୍ଠା ,

ଛାଡ଼ି ଦେଇଗଲ କିନ୍ତୁ

ତୋର ମୋର ହିଂସା ଦ୍ୱେଷ

ଭାତୃ ବିବାଦର ନାମେ

ଯେଉଁ ଏକ ଅସୁସ୍ଥ ଓ ରୁଗ୍ଣ ପରମ୍ପରା,

ରାଜତ୍ଵ କରୁଛି ତାହା ନିର୍ଦ୍ଵନ୍ଦରେ

ଆଜି ସବୁ ମଣିଷର ହୃଦ ସିଂହାସନେ

ତୁମରି ପରାୟ ଆଜି

ଶୁଣୁନି ମଣିଷ ନିଜ ବିବେକର ବାଣୀ

ମନେ ବହି ଅହଙ୍କାର

ଧର୍ମକୁ ଦୂରେଇ ଦେଇ

ଅଧର୍ମ ଓ ଅନ୍ୟାୟର ହାତଧରି

ତୋର ମୋର ,ହିଂସା ଆଉ ଦ୍ୱେଷ ଭାବ ନେଇ

ତୁମ ଭଳି ହେଉଅଛି ସଜ

ଲେଖିବାକୁ ନିଜ ଜ୍ଞାତି ବାନ୍ଧବ ରକତେ

ଆଉ ଏକ କୁରୁକ୍ଷେତ୍ର ଯୁଦ୍ଧର କାହାଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract