Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Fantasy Inspirational Others

3  

Bharatabandhu Biswal

Fantasy Inspirational Others

କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମା

1 min
209



ଖୁବ୍ ସୁନ୍ଦର ଗୋଲଗାଲ 

କୁମାର ପୂର୍ଣ୍ଣିମା ଜହ୍ନ

ଆକାଶରେ ଦିଶଇ ଉଜ୍ଜଳ,

ରୂପେଲି ଜୋଛନା କରେ

କାଉଁରୀ କିମିଆ

ମନ ହୁଏ ଛନ୍ନ ଛନ୍ନ

ଜାଳିଦିଏ ମିଠା ମିଠା ନିଆଁ ।


ଜହ୍ନି ଫୁଲ ଠୋ ଠା

କଇଁଫୁଲ ହସ ଫୁଟେ

ପ୍ରିୟ ପ୍ରିୟା ଓଷ୍ଠଧାରେ,

ଗାଁ ଦାଣ୍ଡ ବୃନ୍ଦାବତୀ ଚଉଁରା ମୂଳରେ

ହୁଏ ଚାନ୍ଦ ବନ୍ଦାପନା

ଝରେ ସମବେତ ଗୀତ

ସ୍ୱର ସୁମଧୁରେ ।


ସମୁଦ୍ରରେ ଉଠେ ଢେଉ

ନୃତ୍ୟ ଗୀତ ନାରଙ୍ଗୀ ପୂଚିରେ

ଦଶଦିଶ ଉତ୍ସବ ମୁଖର

ଉଲ୍ଲସେ ପ୍ରକୃତି ପ୍ରାଣ

ସୁକୁମାରୀ ମନ ଆନମନା

ମହମହ ବାସେ ଫୁଲ

ବଉଳର ବାସ୍ନା । 


ଜହ୍ନର ଶୀତଳ ସ୍ପର୍ଶେ

ଜଡପିଣ୍ଡେ ଜାଗେ ଶିହରଣ,

ଚହଟେ ବାସ ଚନ୍ଦନ

କାୟାଛାୟା ବିମ୍ବ ପ୍ରତିବିମ୍ବ

ମନତଳେ ଉଙ୍କି ମାରେ 

ସବୁଜ ସୁନ୍ଦର ସ୍ୱପ୍ନ

ସଞ୍ଚରନ୍ତି ଭାବାବେଗେ ସୁକୁମାର

ଦିବ୍ୟରୂପ ଲୀଳାମୟ କୃଷ୍ଣ ।


ଜୀବନର ଛାୟାପଥେ

ଜହ୍ନ କେବେ ଭ୍ରମିଯାଏ ରାସ୍ତା

ଲୁଚେ କଳାବାଦଲ ଉହାଡେ 

ମୁହଁ ତାର ଦିଶେ ଧୂଆଁ 

ଜୋଛନା ତା ଲାଗେ ପ୍ରବଞ୍ଚନା

ଖାଲି ମିଛ ମାୟା

ଲାଗେ ପାଣିଚିଆ ମିଠା 

କଟୁ ତିକ୍ତ ଜୀବନଟା 

ଭାରି ପିତା ପିତା ।


ନିଆରା ଆଲୋକ ଗତି 

ସଳଖ ସୁଗୁଣ,

ସେବା ଭକ୍ତି ତ୍ୟାଗ ସମର୍ପଣେ

କେବେ କେବେ ଜହ୍ନ ଦିଶେ

ଭାରି ତୋଫା

ମଧୁମୟ ପ୍ରେମ ସମୁଜ୍ଜ୍ୱଳ  ।


Rate this content
Log in

Similar oriya poem from Fantasy