Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pawan mohakul

Classics Fantasy Inspirational

4.0  

pawan mohakul

Classics Fantasy Inspirational

ଆମେ ହେଉଛେ ସେଇ ପିଢ଼ି

ଆମେ ହେଉଛେ ସେଇ ପିଢ଼ି

1 min
192


ଆମେ ହେଉଛି ସେହି ପିଢ଼ି 

ଯିଏ ନଡ଼ା ଛପର ଘରେ ବଢ଼ିଛେ ।


ଅଜା ଆଈମା, ଜେଜେ ଜେଜେମା ଠାରୁ

ପରି ରାଇଜର ଗପ ଶୁଣିଛେ ।


ଗାଁ ଧୂଳିରେ ଖରା ବର୍ଷାରେ 

ଖାଲି ଦେହରେ ଖେଳ ଖେଳିଛେ ।


ସାଇକେଲ ଟାୟାର ପୁରୁଣା ହେଲେ 

ବାଡିରେ ପିଟି ଗାଡ଼ି କରିଛ ।


ତେଲ ଟିଣକୁ ଘରୁ ନେଇକି 

ବାଜା ବଜେଇ କେତେ ନାଚିଛେ ।


ଗାଁ ଯାତ୍ରାରେ ଅଧା ରାତିରେ 

ଚୋର ପୁଲିସ୍ ଖେଳ ଖେଳିଛେ ।


Rate this content
Log in

Similar oriya poem from Classics