STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ନବ ଯଉବନ ବେଶ

ନବ ଯଉବନ ବେଶ

1 min
216

ନବ ଯଉବନ ବେଶେ କାଳିଆ‌ ମୋ ହସୁଛି

ଭକ୍ତ ଶୂନ୍ୟ ଶ୍ରୀ ମନ୍ଦିରେ ,କାଳିଆ ମୋ ଚାହୁଁଛି

ନବ ଯଉବନ ବେଶେ କାଳିଆ ମୋ ହସୁଛି....


ଭକତଙ୍କ ପାଇଁ ଯାତରା ଯାର 

ତିନି ରଥ ବଡ଼ ଦାଣ୍ଡେ ରହିଛି ତାର

ନବ ଯଉବନ ବେଶେ କାଳିଆ ମୋ

ସୁନ୍ଦର ଦିଶୁଛି

 ନବ ଯଉବନ ବେଶେ କାଳିଆ ମୋ ହସୁଛି


ଭକ୍ତ ବିନା ତାର ବୁଝେ ନାହିଁ ମନ

ଭକତ ପାଇଁ ଯାଏ ନଅ ଦିନ

ନବ ଯଉବନ ବେଶ ଭକତ ଝୁରୁଛି

ନବ ଯଉବନ ବେଶେ କାଳିଆ ମୋ ହସୁଛି


ଭାବରେ ଟାଣି ଆଣେ ସବୁ ଭକତକୁ

ଭକ୍ତ ବିନା କେବେ ଭଲ ଲାଗେ ନା ତାକୁ

ଭକତ ବିନା ବଡ ଦାଣ୍ଡ ଖାଲି ଖାଲି ଲାଗୁଛି

ନବ ଯଉବନ ବେଶେ କାଳିଆ ମୋ ହସୁଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy