STORYMIRROR

Chittaranjan Nanda

Romance Fantasy

3  

Chittaranjan Nanda

Romance Fantasy

ସ୍ମୃତିରେ ଗାର ହୋଇ ରହିଛି ଆଜି

ସ୍ମୃତିରେ ଗାର ହୋଇ ରହିଛି ଆଜି

1 min
213


ଦିନ ତିଥି, ମନେ ନାଇଁ

ଦେଖା ହେଲା କଲେଜରେ,

ନିମଗ୍ନ ଥିଲି ମୁଁ ଚାହା କପରେ,

ତୋ ଚୋରା ଚାହାଣୀରେ,

ଭେଣ୍ଡିଆ ଦେହଟା ମୋର,

ଚହଲେଇ ଦେଲୁ,

ଭାସିଗଲି ତୋର ପିରତି ନିଶାରେ.


ଯେବେଠୁ ତୋତେ ଦେଖିଛି,

ନାଲି ଚୁଡି, ଅଳତା ପିନ୍ଧା ପାଦ,

ତୋର ସେଇ ରୁଣୁ ଝୁଣୁ ପାଉଁଜି, 

କେତେ ମୋ ନିଦ ଯାଇଛି ହଜି,

ମହୁଝରା ଓଠରୁ ମହୁ ପିଇବି ଭଅଁର ସାଜି,


ଆଶା ଥିଲା ଘରଟେ ବନେଇବା,

ସୁଖ ଦୁଃଖର ସାଥୀ ହେବା,

ଜୀବନର ଟିପା ଖାତାରେ ଦୁହେଁ ନାମ ଲେଖାଇବା,

ଦୁହେଁ ଦୁହିଁଂକର ପ୍ରେରଣା ସାଜିବା,

ତା ହେଲା ସାତ ସପନ ଆଜି

ସ୍ମୃତିରେ ଗାର ହୋଇ ରହିଛି ଆଜି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance