STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

କୁନି ରଥେ ଆସ ଠାକୁରେ

କୁନି ରଥେ ଆସ ଠାକୁରେ

1 min
236

ମୋ କୁନି ରଥେ ଆସ ଠାକୁରେ

ଗଡ଼ାଇ ଦିଅ ଗଡ଼ାଇ ଦିଅ

  ରଥ ଚାଲୁ ପଥରେ

କରି ନାହିଁ ଧ୍ୟାନ  

 ନାହିଁ ମୋର ଜ୍ଞାନ

ପୁଜବିଧି ଜାଣି ନାହିଁ 

ମୁଁ ଅଟେ ଅଜ୍ଞାନ


ମୋ କୁନି ହାତରେ 

ସଜାଇଛି ରଥରେ

ଶକତି ଦିଅ ଶକତି ଦିଅ

  ଟାଣିବାକୁ ଥରେ

ଦେଖି ନ ପାରିବି  ନନ୍ଦିଘୋଷକୁ

ଚଢି ନ ପାରିବି   ତୁମ ରଥକୁ

ମୋ କୁନି ପାଟିରେ ଡାକୁଛି ଶ୍ରଦ୍ଧାରେ

ଦେଖାଇ ଦିଅ ଦେଖାଇ ଦିଅ

   ତୁମ ରୂପ ଥରେ

 ହାତ ଧରିଥାଅ. କେବେ ଛାଡି ନ ଦିଅ

ବାଟବଣା ହେବି କାଳେ ବାଟ ଦେଖାଅ

  

ମୋ କୁନି ଆଖିରେ ତୁମରି ପାଖରେ

ଦେଖାଇ ଦିଅ ଦେଖାଇ ଦିଅ

 ତୁମ ଯାତ୍ରା ଥରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy