ପ୍ରତିଶ୍ରୁତି
ପ୍ରତିଶ୍ରୁତି
କେତେ ଦିନ ହେଲା କହୁଅଛ ମତେ
ଆଜିକାଲି ଆଉ କାହିଁ କିଛି
ଲେଖୁନ
କାହିଁକି ରହିଛ ଏତେଦିନ ହେଲା
ନିଦାରୁଣ ଭାବେ
ମଉନ
କାହିଁକି ଶୁଭୁନି
ତମ ମୋହନ ଲେଖନୀ
ଝଙ୍କାର
କାହିଁକି ଶୁଭୁନି
ତମ ପ୍ରେମଭିଜା
ସୁର
" ରାଣୀଗୋ ମୋର "
କହୁଅଛ ମତେ ପୁଣି ଲେଖିବାକୁ ଗୀତ
ତମ ବନ୍ଦନା
ଗାଇ
ଲେଖିବି ସେଦିନ ଯେବେ ଆସିବ ତମେ
ତମ ଫୁଲଚାଙ୍ଗୁଡା
ନେଇ
ସେଇ ଚାଙ୍ଗୁଡାରୁ ଗୋଲାପ ମୁଁ ନେବି
ନେବି ପଦ୍ମ ପଳାଶ
ମଲ୍ଲୀ
ନୀରବ ଅଳିନ୍ଦେ ଖେଳି ବୁଲିବ ଗୋ
ମତୁଆଲା ପ୍ରେମ
ଅଳି .........।