କୁକୁଡା ଲଢେଇ
କୁକୁଡା ଲଢେଇ
ଦେଖ ଦେଖ ଭାଇ କି ଯୁଗ ହେଲା
ନିରିହ ପ୍ରାଣୀ ମଧ୍ଯେ ହିଂସା ଭାବ ଭରି
ଏ ମଣିଷ ଅନ୍ଯର କ୍ରୋଧର ନିଆଁରେ
ନିଜର ବାସନା ଚରିତାର୍ଥ କଲା।
ସେମାନେ କି ବୁଝନ୍ତି
ଏ ମଣିଷ ର ହୀନ ଚକ୍ରାନ୍ତ
ବୀର ଦର୍ପେ ସମ୍ମୁଖେ ଲଢନ୍ତି ଶତୃ ସଙ୍ଗେ
ଶସ୍ତ୍ର ଆଘାତେ ହେଉପଛେ କ୍ଷତ ଅଙ୍ଗେ
ବୀର କଣ କେବେ ପଛଘୁଞ୍ଚା ଦିଏ
ନା କେବେ ପ୍ରାଣ ଆତଙ୍କେ ଡରିଯାଏ?
କଳା କୌଶଳେ ହେଲେ ପାରଙ୍ଗମ
ଯୁଦ୍ଧେ ଜିତିବାର ଆଶା ବଢେ ଶତଗୁଣ
ହୀନବୁଦ୍ଧି ମନୁଷ୍ଯ କୁକ୍କୁଟ କୁ ଦିଏ ପ୍ରଶିକ୍ଷଣ
ଯିତିବାର ଲକ୍ଷରେ ଚରିତାର୍ଥ କରିଥାଏ ପ୍ରାଣ
କୁକ୍କୁଟ କି ଜାଣେ ତା ରକ୍ତରେ ଏଠି
ମଣିଷ ଖେଳୁଛି ହୁରି
ଯିତିଗଲେ ଯୁଦ୍ଧ ପ୍ରଶଂସିତ ହୁଏ ଚାରିଆଡେ
ତା ବୀରତ୍ବର ପ୍ରଶଂସା ଭୁରି ଭୁରି
ହାରିଗଲେ ସେ ନିରିହ ସେବକ
ତା ମାଂସରେ ବନାହୁଏ ତରକାରୀ।
ତାକୁ ବାଜି ଲଗେଇ ସ୍ବାର୍ଥ ସାଧନ କରେ ମଣିଷ
ଭୁଲିଯାଏ ଜୀବଟିଏ ସିଏ
ସେ ନିହତ ହେଲେ ଶେଷ ହେବ କୁକ୍କୁଟ ବଂଶ।
ରାଜା ରାଜୁଡାଙ୍କ ରାଜୁତିରେ ଚାଲୁଛି ଏ ଖେଳ
ଝିମିଟି ଖେଳରୁ ମହାଭାରତ ପରି
କେତେବେଳେ ଖୁସି ପୁଣି କେତେବେଳେ କାଳ।
ହେ, ଅବିବେକୀ ମନୁଷ୍ଯ
କର ନାହିଁ ଆଉ କୁକୁଡାଙ୍କ କୂଳ ବିନାଶ
ଜୀବେ ଦୟା ରଖି ଜୀବ ବଞ୍ଚାଇ ରଖ,
ବିଲୁପ୍ତ ହେବା ଆଗରୁ ଏଇ ପ୍ରଜାତି
ଉତ୍ତରୋତ୍ତର ବିକାଶ ସୁରକ୍ଷା ନିମନ୍ତେ
କୁକ୍କୁଟ କୂଳ ବିନାଶ ର ନହୁଅ ତୁମେ
ଉତ୍ତରଦାୟୀ ଗଜମୂର୍ଖ।