STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

କୁହୁଡ଼ି

କୁହୁଡ଼ି

1 min
261


ସେଜରୁ ଉଠିବା ଅସମ୍ଭବ ହୁଏ

  କୁହୁଡ଼ି ସଜ୍ଜିତ ଧରା,

ଘରୁ ବାହାରିବା କଷ୍ଟକର ହୁଏ

  ଅନ୍ଧାର ଦିଶେଟି ସାରା।


ମାଘ ମାସ ଶୀତ ଅଥୟ କରେଟି

  ଜନ ଶୂନ୍ୟ ପ୍ରଭାତରେ,

ବାଳକ କାନ୍ଦନ୍ତି ଉଚ୍ଚ ସ୍ବରେ ପୁଣି

  ବାହାର ଯିବା ଚେଷ୍ଟାରେ।


କୃଷ୍ଣ ରାମ ନାମ ବୃଦ୍ଧ ଗାଉଥାନ୍ତି

  ପକ୍ଷୀଙ୍କର କଳାହୋଳ,

କୁହୁଡ଼ି ମାଡିଛି ଅତି ଘନଘୋର

   ଚତୁର ଦିଗ ଧବଳ।


ସୂର୍ଯ୍ୟର କିରଣ ନପଡେ ଭୂମିରେ

   ଢାକି ଅଛିଟି କୁହୁଡ଼ି,

ବେଳ ଗଡୁ ଥାଏ ତାହରି ଚକ୍ରରେ

   ନାହିହିଁ ଛାଡେ କୁହୁଡ଼ି।


ଅତି କଷ୍ଟକର ମାଘ ମାସ ଦିନ

   ବର୍ଷର ତାଣ୍ଡବ ପୁଣି,

ଝିପି ଝିପି ବର୍ଷା ଅଥୟ କରେଟି

   ହୋଇଛି ମାସଟି ପୁଣି।


ବିଳମ୍ବ ପରେ ସୂର୍ଯ୍ୟଙ୍କ କିରଣ

  ପଡେ ଏହୁ ପୃଥିବୀରେ,

ଚାଲି ଯାଏ ଏହୁ କୁହୁଡ଼ି ସମୁଦ୍ର

  ସୂର୍ଯ୍ୟଙ୍କର କିରଣରେ।


ଚହଳଗହଳ ଗୃହର ଭିତରେ

  ନିତ୍ୟକର୍ମ ସାରିବାକୁ,

ଶୀଘ୍ର କରିବେଟି ପ୍ରଭୁଙ୍କ ପୂଜନ

  ଭକ୍ତିରେ ଜଗନ୍ନାଥଙ୍କୁ।


ପ୍ରଭାତୁ ଉଠିବା ହେଉ ଥାଏ ବେଳ

  କୁହୁଡ଼ି ତାଣ୍ଡବ ଯୋଗୁଁ,

ପଡୁଛି ସଙ୍ଗରେ ଭୟଙ୍କର ଶୀତ

  ଝିପି ଝିପି ବର୍ଷା ଯୋଗୁଁ।


ମକର ପାର୍ବଣେ ଉତ୍ତରାୟଣଟି

  ସୂର୍ଯ୍ୟଙ୍କର ଶୁଭାରମ୍ଭ

ମାଙ୍ଗଳିକ କାର୍ଯ୍ୟ ହେବ ହିଁ ଗୃହରେ

  ଶୁଭକାର୍ଯ୍ୟ ଶୁଭାରମ୍ଭ।


ଶୀତ କୁହୁଡ଼ି ର ନାଟକ ଅତିହିଁ,

  ହୁଏ ଝିପି ବର୍ଷା ତହିଁ,

ଅଥୟ କରୁଛି ଜନମାନସଙ୍କୁ

  ମାଘ ମାସ ଶୀତ ତହିଁ।


ହେଉ ଶୀତ ଅତି ହେଉବା କୁହୁଡ଼ି

  ହେଉ ଝିପି ଝିପି ବର୍ଷା,

କରିବାକୁ ହେବ କର୍ମ ହିଁ ଜୀବନେ

   କର୍ମେ ହିଁ ଆମ ଭରଷା।


ପ୍ରାକୃତିକ ସ୍ଥିତି ଆସିବ ଜୀବନେ

  ହେବ ସହିବାକୁ ସବୁ,

ଦୁର୍ଲ୍ଲଭ ଜୀବନ ତାହରି ନିମନ୍ତେ

  କରୁ ଥିବା କାର୍ଯ୍ୟ ବାବୁ।



Rate this content
Log in

Similar oriya poem from Tragedy