କୁଆଁର ପୁନେଇ ଜହ୍ନ
କୁଆଁର ପୁନେଇ ଜହ୍ନ
ବରଷା ଯାଉଛି ଛାଡି ମୋ ଫୁଲ ବଉଳ ବେଣୀ
ଶୀତ ଆସେ ମାଡି ମାଡ଼ି ଗୋ ଫୁଲ ବଉଳବେଣୀ ।
ପାର୍ବଣ ର ଦେବୀ ପୁଜା ଗୋ ଫୁଲ ବଉଳବେଣୀ
ସରିଗଲା ପୁଜା ମଜା ଗୋ ଫୁଲ ବଉଳବେଣୀ ।
ମହିଷାସୁର କୁ ମାରି ଗୋ ଫୁଲ ବଉଳବେଣୀ
ଦେବୀ ହେଲେ ବ୍ରହ୍ମଚାରିଣୀ ଫୁଲ ବଉଳବେଣୀ ।
କୁଆଁ ର ପୁନେଇଁ ଚାନ୍ଦ ଗୋ ଫୁଲ ବଉଳବେଣୀ
ହେଲାଣି ଶିଶିର ପାତ ଗୋ ଫୁଲ ବଉଳବେଣୀ ।
କୁଆଁରୀ ମେଳରେ ବିଜେ ଗୋ ଫୁଲ ବଉଳବେଣୀ
ଲକ୍ଷ୍ମୀ ଠାକୁରାଣୀ ନିଯେ ଗୋ ଫୁଲ ବଉଳବେଣୀ ।
ଚାନ୍ଦ ପୁଜେ ଚନ୍ଦ୍ରାନନୀ ଗୋ ଫୁଲ ବଉଳବେଣୀ
ଜହ୍ନି ପୁଷ୍ପାଞ୍ଜଳୀ ଘେନି ଗୋ ଫୁଲ ବଉଳବେଣୀ ।
ପୁରୁଣା ଦିନର ପ୍ରଥା ଗୋ ଫୁଲ ବଉଳବେଣୀ
ସେ ଚିତ୍ର ସାତ ସାଇତା ଗୋ ଫୁଲ ବଉଳବେଣୀ ।
ଲୁଚିଯାଏ ଜାତି ସଂସ୍କୃତି ଫୁଲ ବଉଳବେଣୀ
ହଜିଯାଏ ରୀତି, ନୀତି ଗୋ ଫୁଲ ବଉଳବେଣୀ ।
ଜନମ ଜୟନ୍ତୀ ଶମ୍ଭୁ କୁମର ବଉଳବେଣୀ
ଦେବକୁଳେ ସବୁଠାରୁ ସୁନ୍ଦର ବଉଳବେଣୀ ।
ତେଣୁ ୟେ କୁମାର ପୁନେଇ ଜହ୍ନ ବଉଳବେଣୀ
ବାଉଳା କରଇ କୁଆଁରୀ ମନ ବଉଳବେଣୀ ।
ପକ୍ଷୀରାଜେ ଚଢି ଆସିବ ଫୁଲ ବଉଳବେଣୀ
ମହାଦେଈ କରି ନେବ ଗୋ ଫୁଲ ବଉଳବେଣୀ ।
ମନରେ ମନାସେ ପରାଣ ଧନ ବଉଳବେଣୀ
ପୁଜିଣ ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ ।
ରାଈ ଦାମୋଦର ବ୍ରତ ଗୋ ଫୁଲ ବଉଳବେଣୀ
ଜଳାଇ ଆକାଶ ଦୀପ ଗୋ ଫୁଲ ବଉଳବେଣୀ ।
ଆଶ୍ଵିନ ପରେ କାର୍ତ୍ତିକ ବ୍ରତ ଗୋ ବଉଳବେଣୀ
ଋତୁ ଏମନ୍ତ ଶରତ ହେମନ୍ତ ବଉଳବେଣୀ ।
ଚଳଚଞ୍ଚଳ ଲେଖନୀ କବିର ବଉଳବେଣୀ
ମନେ ଯାଗେ ପ୍ରେମ ସ୍ୱର୍ଗୀୟତାର ବଉଳବେଣୀ ।