STORYMIRROR

Prahallad Sahoo

Abstract Fantasy

4  

Prahallad Sahoo

Abstract Fantasy

କୁଆଁର ପୁନେଇ ଜହ୍ନ ଗୋ

କୁଆଁର ପୁନେଇ ଜହ୍ନ ଗୋ

1 min
240


ଆଜି ଏ ଶରଦର ବର୍ଷା ଭିଜା ପୂର୍ଣମୀ ରାତିରେ

ମନେପଡେ ସେଦିନର ଅଭୁଲା ଅତୀତ କେତେ ।


କୁଆଁର ପୂନେଇଁ ଚାନ୍ଦ ଗୋ ଫୁଲ ବଉଳ ବେଣୀ

ପୁଚି ଖେଳିବାକୁ ମନ ଗୋ ଫୁଲ ବଉଳ ବେଣୀ ।


ସଫା ଚାନ୍ଦ ଆଲୋକରେ ଛୁଟେ କଇଁ ଫୁଲର ବାସ 

ଶୁଭ୍ର ବସନ ପରିଧାନେ କୁଆଁରୀ କରନ୍ତି ଉପବାସ ।


ଭାଇମାନେ ଭଉଣୀଙ୍କ ମନଲାଖି କରନ୍ତି ସାଜସଜା

ଭାଇର ସୁଖ ମନାସି ଭଉଣୀ କରନ୍ତି ଚନ୍ଦ୍ରମା ପୂଜା ।


ଗାଁ ଦାଣ୍ଡ ଚଉଁରା ମୂଳେ କଇଁ ଫୁଲର ମୁରୁଜ ପଡେ

ଖଇ ଭୋଗ ଦେଇ କୁଆଁରୀ ଚାନ୍ଦର ଆରତୀ ବାଢେ ।


ଦିନରେ ଆହା କି ସୁନ୍ଦର ଖରା ଗୋ ଫୁଲ ବଉଳ ବେଣୀ 

ରାତିରେ ମୁକ୍ତା ବିଛାଡେ ତାରା ଗୋ ଫୁଲ ବଉଳ ବେଣୀ।



Rate this content
Log in

Similar oriya poem from Abstract