କୁଆ ପଥର
କୁଆ ପଥର
ଭାସୁଥିଲି ମୁହିଁ
ବଉଦ ମେଳରେ
ଭୂମିରେ ପଡିଲି ଖସି
ସ୍ବଛ୍ଥ କଳେବର
ମାଟିରେ ମିଶିଲା
ଅବଶେଷ ନାହିଁ କିଛି
ସ୍ବଛ୍ଥ କଳେବର
ଅତିବ ସୁନ୍ଦର
ନହୋଇଲା ଚିରସ୍ଥାୟି ,
ତେବେ ତୁମେ କାହିଁ
ରୂପେ ଗର୍ବୈ ମର
ଯଶକିର୍ତି ଭୁଲିଯାଇ
ରୂପ ଅରୂପର
ଏ ଘୋର ସମର
ଯୁଗେ ଯୁଗେ ଲାଗିଅଛି ,
ରୂପ ହାରେ ଏଠି
ଅରୂପ ଢିତଇ
ବିଶ୍ବ ଇତିହାସେ ସେହି
